ଓଡିଶା

odisha

By

Published : Feb 24, 2020, 5:06 AM IST

ETV Bharat / state

କୁଟା ମେଲାଉଥିବା ବେଳେ ଘରେ ଲାଗିଲା ନିଆଁ, 3 ବଖରା ପୋଡି ପାଉଁଶ

ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ପ୍ରବୋଧପୁରଠାରେ ଭୟାବହ ଅଗ୍ନିକାଣ୍ଡ। ଘଟଣାରେ 3 ବଖରା ଘର ସମ୍ପୂର୍ଣ୍ଣ ଜଳିଯିବା ସହିତ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହେଇଯାଇଛି ।

Fire caught in a house of bhadrak, bhadrak latest news, fire accident in bhadrak, ଭଦ୍ରକରେ ଅଗ୍ନିକାଣ୍ଡ, ଭଦ୍ରକ ଲାଟେଷ୍ଟ ନ୍ୟୁଜ୍‌, ଭଦ୍ରକର ଏକ ଘରେ ଲାଗିଲା ନିଆଁ
କୁଟା ମେଲାଉଥିବା ବେଳେ ଘରେ ଲାଗିଲା ନିଆଁ, 3 ବଖରା ପୋଡି ପାଉଁଶ

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ପ୍ରବୋଧପୁରଠାରେ ଭୟାବହ ଅଗ୍ନିକାଣ୍ଡ। ଘଟଣାରେ 3 ବଖରା ଘର ସମ୍ପୂର୍ଣ୍ଣ ଜଳିଯିବା ସହିତ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହେଇଯାଇଛି । ପରିବାର ଲୋକ ଘର ଆଗରେ ପତୁଲି ପକାଇବା ଲାଗି କୁଟା ମେଲାଉଥିବା ସମୟରେ ହଠାତ ଘର ଉପରେ ନିଆଁ ଜଳୁଥିବା ଦେଖିବାକୁ ପାଇଥିଲେ ।

କୁଟା ମେଲାଉଥିବା ବେଳେ ଘରେ ଲାଗିଲା ନିଆଁ, 3 ବଖରା ପୋଡି ପାଉଁଶ

ଏନେଇ ଅଗ୍ନିସମ ବାହିନୀକୁ ଖବର କରିବା ପରେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା ଅଗ୍ନିଶମ ବିଭାଗ । ହେଲେ ସେତେବେଳକୁ 3 ବଖରା ଘର ସମ୍ପୂର୍ଣ୍ଣ ଜଳିସାରିଥିଲା। କେବଳ ପିନ୍ଧା ଲୁଗା ବ୍ୟତୀତ ଘର ଭିତରୁ କୌଣସି ଆସବାବପତ୍ର ବାହାରକୁ କାଢି ପାରିନଥିଲେ ଅଗ୍ନି ବିପନ୍ନ।

ସେପଟେ ଘର ଭିତରେ ଥିବା ସମସ୍ତ ସୁନା ଅଳଙ୍କାର, ଧାନ, ଚାଉଳ ସହିତ ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି। ତୁରନ୍ତ ଏହି ଅଗ୍ନି ବିପନ୍ନ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details