ଓଡିଶା

odisha

By

Published : Dec 20, 2020, 8:00 AM IST

ETV Bharat / state

ଭଦ୍ରକରେ ଅଗ୍ନିକାଣ୍ଡ, ଜଳିଗଲା ଛଅ ବଖରା

ଭଦ୍ରକ ଜିଲ୍ଲା ତାଳପଡା ପଞ୍ଚାୟତ ଅଧିନ ରାଢିସାହିରେ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଛଅ ବଖରା ଘର ଜଳି ପୋଡି ପାଉଁଶ । ଅଧିକ ପଢନ୍ତୁ...

ଅଗ୍ନିକାଣ୍ଡରେ ଜଳିଗଲା ଛଅ ବଖରା
ଅଗ୍ନିକାଣ୍ଡରେ ଜଳିଗଲା ଛଅ ବଖରା

ଭଦ୍ରକ: ଜିଲ୍ଲାର ତିହିଡି ତହସିଲ ତାଳପଡା ପଞ୍ଚାୟତ ଅଧିନ ରାଢିସାହିରେ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଛଅ ବଖରା ଘର ଜଳି ପାଉଁଶ ହୋଇଛି ।

ଶନିବାର ସକାଳୁ କୌଣସି କାରଣରୁ ଗାଁର ରବିନ୍ଦ୍ର ସାହୁ ଏ ନାରାୟଣ ସାହୁଙ୍କ ଘରେ ନିଆଁ ଲାଗି ଯାଇଥିଲା । ଚାହୁଁ ଚାହୁଁ ନିମିଷକ ମଧ୍ୟରେ ଚାରିଆଡେ ନିଆଁ ବ୍ୟାପି ଯାଇଥିଲା । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ସେଥିରେ ଦୁଇଟି ପରିବାର ସମ୍ପୂର୍ଣ୍ଣ ସର୍ବଶାନ୍ତ ହୋଇ ଯାଇଛି । ଏହି ଅଗ୍ନିକାଣ୍ଡରେ ବିପନ୍ନଙ୍କ ସାଇତା ଧାନ, ଚାଉଳ, ଆସବାବ ପତ୍ର, ନଗଦ ଟଙ୍କା ସହିତ ଅଳଙ୍କାର ଜଳିଯିବା ସମେତ ଛଅଟି ବାସଗୃହ ଜଳିପୋଡି ପାଉଁଶ ହୋଇଯାଇଛି ।

ଅଗ୍ନିକାଣ୍ଡରେ ଜଳିଗଲା ଛଅ ବଖରା

ଘଟଣାସ୍ଥଳରେ ଅଗ୍ନିଶମ ବାହୀନି ପହଞ୍ଚି ନିଆଁକୁ ଆୟତ୍ତ କରିବା ସହିତ ପାଖ ଘରକୁ ନିଆଁ କବଳରୁ ରକ୍ଷା କରିଛି । ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ ପ୍ରମୁଖ ବିପନ୍ନଙ୍କୁ ଭେଟି ସମବେଦନା ଜଣାଇବା ସହିତ ସହାୟତା ପ୍ରଦାନ କରିବା ସହିତ ସରକାରୀ ସହାୟତା ପ୍ରଦାନ କରିବାକୁ ସହଯୋଗ କରିବେ ବୋଲି କହିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details