ଓଡିଶା

odisha

ETV Bharat / state

ନିଆଁ ଆଁରେ ୩ ପରିବାରର ୫ ବଖରା ଘର ଛାରଖାର୍‌

ଭଦ୍ରକର ଦକ୍ଷିଣସାହି ଗାଁରେ ଭୟାବହ ଅଗ୍ନିକାଣ୍ଡ । ଏଥିରେ 3ଟି ପରିବାରର 5 ବଖରା ଘର ଜଳି ଯାଇଥିବା ବେଳେ 4ଟି ଗୋରୁ ଓ ଗୋଟିଏ ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଛି । ଅଧିକ ପଢନ୍ତ...

By

Published : Oct 30, 2021, 10:11 AM IST

ନିଆଁର ଆଁରେ ୩ ପରିବାରର ୫ ବଖରା ଘର
ନିଆଁର ଆଁରେ ୩ ପରିବାରର ୫ ବଖରା ଘର

ଭଦ୍ରକ: ଜିଲ୍ଲାର ଦକ୍ଷିଣସାହି ଗାଁରେ ଭୟାବହ ଅଗ୍ନିକାଣ୍ଡ । ଏଥିରେ 3ଟି ପରିବାରର 5 ବଖରା ଘର ଜଳି ଯାଇଥିବା ବେଳେ 4ଟି ଗୋରୁ ଓ ଗୋଟିଏ ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସୂଚନା ଅନୁଯାୟୀ ଭଦ୍ରକ ବ୍ଲକ ବାଣିତିଆ ପଞ୍ଚାୟତ ଦକ୍ଷିଣସାହି ଗାଁର ଗୋପବନ୍ଧୁ ଜେନାଙ୍କ ପରିବାର ଲୋକ ରାତିରେ ଖାଇ ପିଇ ଶୋଇଥିଲେ। ବିଳମ୍ବିତ ରାତିରେ ସର୍ଟସର୍କିଟ ଯୋଗୁଁ ତାଙ୍କ ଘରେ ନିଆଁ ଲାଗି ଯାଇଥିଲା ।

ନିଆଁର ଆଁରେ ୩ ପରିବାରର ୫ ବଖରା ଘର

ଫଳରେ ପରିବାର ଲୋକେ ଜୀବନ ରକ୍ଷା ପାଇଁ ଘରୁ ବାହାରକୁ ପଳେଇ ଆସିଥିଲେ । ଫଳରେ ନିଆଁର ଝାସରେ ଗୋପବନ୍ଧୁ ଜେନା ଓ ତାଙ୍କର ଦୁଇଭାଇଙ୍କର 5 ବଖରା ଘର ସମ୍ପୂର୍ଣ ଜଳି ନଷ୍ଟ ହୋଇଯାଇଛି । ଏଥିସହ ଘର ପାଖକୁ ଲାଗି ରହିଥିବା ଗୁହାଳ ଘରେ ନିଆଁ ଲାଗିଯିବାରୁ ଚାରୋଟି ଗୋରୁ ଓ ଗୋଟିଏ ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଅଗ୍ନିକାଣ୍ଡରେ ଘରେ ଥିବା ଧାନ, ଚାଉଳ, ଆସବାବପତ୍ର ଜଳି ପୋଡି ଛାରଖାର ହୋଇଯାଇଛି । ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲା। ହେଲେ ସେତେବେଳକୁ 3ଟି ପରିବାର ସମ୍ପୂର୍ଣ୍ଣ ସର୍ବସ୍ୱାନ୍ତ ହୋଇଯାଇଥିଲେ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details