ଓଡିଶା

odisha

ଭଦ୍ରକରେ ଭୟାବହ ଅଗ୍ନିକାଣ୍ଡ, 2 ଗୋରୁ ଜୀବନ୍ତ ଦଗ୍ଧ

By

Published : Aug 31, 2020, 7:15 AM IST

ଭଦ୍ରକ ଜିଲ୍ଲା ତିହିଡି ତହସିଲ ଅନ୍ତର୍ଗତ ପାଳିଆବିନ୍ଧା ଗ୍ରାମପଞ୍ଚାୟତର ନାୟକ ସାହି ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି ଦୁଇ ଗାଇ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଗୋଟିଏ ସ୍କୁଟି ସମେତ ବିଭିନ୍ନ ଆସବାବପତ୍ର ପୋଡ଼ି ପାଉଁଶ ହୋଇଛି ।

fire breakout in bhadrak
ଭଦ୍ରକରେ ଭୟାବହ ଅଗ୍ନିକାଣ୍ଡ

ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ୨ ଗୋରୁ ଜୀବନ୍ତ ଦଗ୍ଧ । ଭଦ୍ରକ ଜିଲ୍ଲା ତିହିଡି ତହସିଲ ଅନ୍ତର୍ଗତ ପାଳିଆବିନ୍ଧା ଗ୍ରାମପଞ୍ଚାୟତର ନାୟକ ସାହି ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି ଦୁଇ ଗୋରୁ ଜୀନନ୍ତ ଦଗ୍ଧ ହୋଇଥିବା ବେଳେ ଗୋଟିଏ ସ୍କୁଟି ସମେତ ବିଭିନ୍ନ ଆସବାବପତ୍ର ପୋଡ଼ି ପାଉଁଶ ହୋଇଛି ।

ଭଦ୍ରକରେ ଭୟାବହ ଅଗ୍ନିକାଣ୍ଡ

ମିଳିଥିବା ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ କୌଣସି କାରଣବଶତଃ ନାୟକ ସାହି ଗ୍ରାମର ରବୀନ୍ଦ୍ର ନାୟକଙ୍କ ଘରେ ନିଆଁ ଲାଗି ଯାଇଥିଲା। ଫଳରେ ଘର ସମେତ ଗୁହାଳ ଘର ସମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇଯାଇଛି।

ଏହି ଅଗ୍ନିକାଣ୍ଡରେ ଦୁଇଟି ଗାଇ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଘରର ସମସ୍ତ ଆସବାବପତ୍ର, ଧାନ, ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସମେତ ଗୋଟିଏ ସ୍କୁଟି ମଧ୍ୟ ପୋଡି ଯାଇଛି।

ଖବର ପାଇ ଘଟଣାସ୍ଥଳରେ ଦମକଳ ଵାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ପୀଡିତ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ସାଧାରଣରେ ଦାବି ହୋଇଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details