ଓଡିଶା

odisha

ETV Bharat / state

ଭଦ୍ରକରେ ଭୟାବହ ଅଗ୍ନିକାଣ୍ଡ, ପୂର୍ବତନ କାଉନସିଲରଙ୍କ ଜଳିଗଲା ଘର

ଭଦ୍ରକ ମୁନିସିପାଲଟି ଅଧିନସ୍ଥ 2 ନମ୍ବର ଓ୍ବାର୍ଡ ଚରମ୍ପା ବରାଳ ପୋଖରୀ ଗାଁରେ ଅଗ୍ନିକାଣ୍ଡ । ଏଥିରେ ପୂର୍ବତନ କାଉନସିଲର ବିଜୟ ପ୍ରଧାନଙ୍କ 6 ବଖରା ଘର ସମ୍ପୂର୍ଣ୍ଣ ଭସ୍ମୀଭୂତ ହେବା ସହ ଘରର ଆସବାବପତ୍ର, ଘରକରଣା ଜିନିଷ, ଟଙ୍କା, ଧାନଚାଉଳ, ଲୁଗାପଟା, ଅଳଙ୍କାର ଆଦି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡିଯାଇଛି।

By

Published : Nov 23, 2019, 2:40 PM IST

Updated : Nov 25, 2019, 8:40 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ଜିଲ୍ଲାର ଚରମ୍ପା ବରାଳ ପୋଖରୀ ଗାଁରେ ହୋଇଥିବା ଭୟାବହ ଅଗ୍ନିକାଣ୍ଡରେ 6 ବଖରା ଘର ଜଳି ଯାଇଛି । ଭଦ୍ରକ ମୁନିସିପାଲଟି ଅଧିନସ୍ଥ 2 ନମ୍ବର ଓ୍ବାର୍ଡ ଚରମ୍ପା ବରାଳ ପୋଖରୀ ଗାଁରେ ଏହି ଅଗ୍ନିକାଣ୍ଡ ଘଟିଛି । ଏଥିରେ ପୂର୍ବତନ କାଉନସିଲର ବିଜୟ ପ୍ରଧାନଙ୍କ 6 ବଖରା ଘର ସମ୍ପୂର୍ଣ୍ଣ ଭସ୍ମୀଭୂତ ହେବା ସହ ଘରର ଆସବାବପତ୍ର, ଘରକରଣା ଜିନିଷ, ଟଙ୍କା, ଧାନଚାଉଳ, ଲୁଗାପଟା, ଅଳଙ୍କାର ଆଦି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡିଯାଇଛି । ଅଗ୍ନିକାଣ୍ଡ ପରେ ଗ୍ରାମବାସୀ ଓ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ


ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Nov 25, 2019, 8:40 AM IST

ABOUT THE AUTHOR

...view details