ଓଡିଶା

odisha

ETV Bharat / state

ଜାତୀୟ ପତାକାକୁ ଅସମ୍ମାନ ଅଭିଯୋଗ, ପ୍ରଧାନ ଶିକ୍ଷୟିତ୍ରୀଙ୍କ ନାଁରେ ଏତଲା - ପ୍ରଧାନଶିକ୍ଷୟତ୍ରୀଙ୍କ ନାଁରେ ଏତଲା

ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତରେ ଜାତୀୟ ପତାକାକୁ ଅସମ୍ମାନ ଅଭିଯୋଗ । ଉତ୍ତୋଳନ ସମୟରେ ଓଲଟା ବନ୍ଧା ଯାଇଥିବା ଅଭିଯୋଗରେ ମାମଲା ରୁଜୁ । ଅଧିକ ପଢନ୍ତୁ...

ଜାତୀୟ ପତାକାକୁ ଅସମ୍ମାନ ଅଭିଯୋଗ
ଜାତୀୟ ପତାକାକୁ ଅସମ୍ମାନ ଅଭିଯୋଗ

By

Published : Aug 18, 2020, 7:25 AM IST

Updated : Aug 18, 2020, 7:31 AM IST

ଭଦ୍ରକ: ତିହିଡି ବ୍ଲକ ମୁକୁନ୍ଦପୁର ପଞ୍ଚାୟତର ମୁକୁନ୍ଦପୁର ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ପତାକାରୁ ଅସମ୍ମାନ ଅଭିଯୋଗ । ସ୍ବାଧୀନତା ଦିବସରେ ପତାକା ଓଲଟା ଲଗାଯାଇଥିବା ଅଭିଯୋଗରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ନାଁରେ ଏତଲା ।

ସ୍ବାଧୀନତା ଦିବସରେ ପ୍ରଧାନ ଶିକ୍ଷୟତ୍ରୀ ପତାକା ଉତ୍ତୋଳନ କରିଥିଲେ । ମାତ୍ର ତାହା ଓଲଟା ବନ୍ଧା ଯାଇଥିବା ନେଇ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଓଲଟା ବନ୍ଧା ଯାଇଥିବା ଦେଖି ଗ୍ରାମବାସୀ କିଛି ସମୟରେ ପତାକାକୁ ଅବତରଣ କରି ଠିକ କରିବାପରେ ଉତ୍ତୋଳନ କରିଥିଲେ । ତେବେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଖାମଖିଆଲୀ ନୀତି ପାଇଁ ତାଙ୍କୁ ଆଇନ ଅନୁସାରେ ଦଣ୍ଡିତ କରିବାକୁ ଦାବି ହୋଇଛି । ଏନେଇ ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି ।

ଥାନାରେ ମାମଲା ରୁଜୁ କରିବା ପରେ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷାଧିକାରୀ ଓ ବ୍ଲକ ଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ଜଣାପଡିଛି। ତେବେ ବ୍ଲକ ଶିକ୍ଷାଧିକାରୀ କହିଛନ୍ତି ସିଆରସିସିଙ୍କ ଜରିଆରେ ତଦନ୍ତ କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ। ହେଲେ ସେ ଏନେଇ କ୍ୟାମେରା ଆଗରେ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହାଁନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Aug 18, 2020, 7:31 AM IST

ABOUT THE AUTHOR

...view details