ଭଦ୍ରକ: ବେଆଇନ ଗୋଚାଲାଣକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ । ଏସ୍କାର୍ଟ ପାଟିଙ୍କ ଆକ୍ରମଣରେ 3 ଗୁରୁତର ସୂଚନା । ଏମିତି ଘଟଣା ଘଟିଛି ଭଦ୍ରକ ଜିଲ୍ଲା16 ନମ୍ବର ଜାତୀୟ ରାଜପଥର ରାଣିତାଲ ନିକଟରେ ।
ସୂଚନାଯୋଗ୍ୟ ଯେ, 16 ନମ୍ବର ଜାତୀୟ ରାଜପଥରେ କଣ୍ଟେନର ଦ୍ବାରା ବେଆଇନ ଗୋ ଚାଲାଣ ହେଉଥିବା ଖବର ପାଇ ଗୋସୁରକ୍ଷା ସମିତିର କର୍ମକର୍ତ୍ତାମାନେ ରାଣୀତାଲ ନିକଟରେ 3ଟି କଣ୍ଟେନର ଅଟକାଇଥିଲେ । କଣ୍ଟେନର ଅଟକାଇବା ପରେ ଗୋରୁଚାଲାଣଙ୍କ ସୁରକ୍ଷାକାରୀ ଦଳ ଆସି ଗୋ ସୁରକ୍ଷା ସମିତିର କର୍ମକର୍ତ୍ତାଙ୍କୁ ଆକ୍ରମଣ କରି ଗୋଟିଏ କଣ୍ଟେନର ଛଡାଇନେଇଥିଲେ । ଅନ୍ୟ ଗୋଟିଏ କଣ୍ଟେନର ପଳାଇଯାଉଥିବା ବେଳେ କର୍ମକର୍ତ୍ତାମାନେ ମଇତାପୁର ନିକଟରେ ଅଟକାଇଥିଲେ । ଗୋରୁ କଣ୍ଟେନରକୁ ଅଟକାଇବା ବେଳେ 4 ରୁ ଅଧିକ ଗାଡିରେ ଆସିଥିବା ଗୋରୁଚାଲାଣଙ୍କ ସୁରକ୍ଷାକାରୀଦଳର ଯୁବକମାନେ ଆକ୍ରମଣ କରିଥିଲେ ।