ଭଦ୍ରକ: ପ୍ରେମ, ସ୍ନେହ ଭଲ ପାଇବା ଦ୍ୱାହି ତ ପ୍ରାୟ ପ୍ରତ୍ୟେକ ଦେଇ ଥାଆନ୍ତି । କିନ୍ତୁ ବାସ୍ତବ ଜୀବନରେ ଏହାକୁ ଅନୁକରଣ କରିବାକୁ ଅଧିକାଂଶ ଚାହାନ୍ତି ନାହିଁ । ଆଧୁନିକ ଯୁଗରେ ଏବେ ବି ପ୍ରେମ ଓ ଭଲ ପାଇବାକୁ ଏକ ଦୋଷ ରୂପେ ଦେଖି ଆସୁଛି ସମାଜ । ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ବାପାଙ୍କ କଥା ନମାନି ପ୍ରେମ ବିବାହ କଲେ ଝିଅ । ହେଲେ ଝିଅର ଏହି କାମକୁ ବିରୋଧ କଲେ ବାପା । ଏହାକୁ ନେଇ ଝିଅ ବାପାଙ୍କ ନାମରେ ଥାନାରେ ଏତଲା ଦେବାରୁ ଜିଇଁ ଥାଉ ଥାଉ ଝିଅ ପାଇଁ ଶୁଦ୍ଧି ହେଲେ ବାପା ।
ସୂଚନା ଅନୁଯାୟୀ, ନାଲୁଗୁଣ୍ଡା ପଞ୍ଚାୟତ ଇଟୁଆ ଗାଁରେ କାଳୀ ଚରଣ ପଣ୍ଡାଙ୍କ ଝିଅ ଶଶ୍ମିତା କଲେଜର ପଢନ୍ତି । ଏହି ସମୟରେ ସେ ଘଂଟେଶ୍ଵର ଅଂଚଳରେ ଜଣେ ଯୁବକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ତେବେ ସମ୍ପୃକ୍ତ ବ୍ୟକ୍ତି ଜଣକ ପୂର୍ବରୁ ବିବାହିତ ଥିବା ବାପା ଜାଣିବାକୁ ପାଇଥିଲେ । ଏହାକୁ ନେଇ ସେ ଝିଅକୁ ବୁଝାଇବାକୁ ମଧ୍ୟ ଚେଷ୍ଟା କରିଥିଲେ । ହେଲେ ଝିଅ ଲୁଚି ପଳାଇ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏକ ମନ୍ଦିରରେ ପରିବାର ଲୋକଙ୍କ ଅଜଣାତରେ ବିବାହ କରିଥିଲେ । ଏହା ପରେ ପ୍ରେମ ବିବାହକୁ ଵାପା ବିରୋଧ କରିବାରୁ ଝିଅ ଶଶ୍ମିତା ଚାନ୍ଦବାଲି ଥାନାରେ ଏତଲା ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ - ପ୍ରେମ ପାଇଁ ଘର ଛାଡିଲେ ଯୁବତୀ, ଶୁଦ୍ଧି ହେଲେ ପରିବାର