ଭଦ୍ରକ:ପିଶାଚ ବାପାର ନାରକୀୟ କାଣ୍ଡ । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ନିଜ ୩ବର୍ଷ ଶିଶୁକନ୍ୟା ଉପରେ କଲା ଆକ୍ରମଣ । ଶିଶୁକନ୍ୟାର ଯୌନାଙ୍ଗକୁ ବ୍ଲେଡରେ ବାପା କାଟିଥିବା ଜଣାପଡ଼ିଛି । ଗୁରୁତର ଅବସ୍ଥାରେ ଝିଅଟି ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ବାପାକୁ ପୋଲିସ ଅଟକ ରଖି ଅଧିକ ପଚରାଉଚୁରା କରୁଛି । ଏହି ଲୋମହର୍ଷଣକାରୀ ଘଟଣା ଜିଲ୍ଲାର ଧୂଷୁରୀ ଥାନା ଅଞ୍ଚଳରେ ଘଟିଛି ।
ଏହି ଥାନା ଅଞ୍ଚଳର କାସିମପୁର ପଞ୍ଚାୟତ ମଳିକ ସାହିର ଚନ୍ଦନ ମଲ୍ଲିକ, ସ୍ତ୍ରୀ ଓ ୩ ବର୍ଷ ଶିଶୁକନ୍ୟା ସହ ରହି ଆସୁଥିଲେ । ପୂର୍ବରୁ ଅନେକ ଥର ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀକୁ ମାରଧର କରୁଥିଲା ଚନ୍ଦନ । ପୁଣି ସମାନ ଘଟଣା କ୍ରମେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲା । ଏଥିରେ ଚନ୍ଦନ ଉତକ୍ଷିପ୍ତ ହୋଇ ନିଜର ୩ ବର୍ଷ ଶିଶୁକନ୍ୟାର ଯୌନାଙ୍ଗକୁ ବ୍ଲେଡ ଯୋଗେ କାଟିଦେଇଥିଲା । କୁନି ଶିଶୁକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡିଛି ।