ଓଡିଶା

odisha

ETV Bharat / state

ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ

ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଭଦ୍ରକ ନୂଆଗାଁ ପଞ୍ଚାୟତର ଏକ ଦଳିତ ପରିବାର ଉପରେ ମରଣାନ୍ତକ ଆକ୍ରମଣ । ଅଧିକ ପଢନ୍ତୁ...

By

Published : Jun 27, 2021, 5:07 PM IST

ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ମରଣାତ୍ମକ ଆକ୍ରମଣ
ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ମରଣାତ୍ମକ ଆକ୍ରମଣ

ଭଦ୍ରକ:ଜିଲ୍ଲା ଚାନ୍ଦବାଲି ବ୍ଲକ ଜନ୍ତୁଆଳି ରାଜସ୍ବ ଗ୍ରାମର ଏକ ଦଳିତ ପରିବାର ଉପରେ ମରଣାନ୍ତକ ଆକ୍ରମଣ । ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ଗ୍ରାମର ପମ୍ପ ଚାଳକ ସୁଶାନ୍ତ ମହାଳିକଙ୍କୁ 4 ରୁ 5 ଜଣ ଅଭିଯୁକ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଜଣେ ଯୁବକଙ୍କ ଗୋଟିଏ ଗୋଡ ଭାଙ୍ଗି ଯିବା ସହ ସେ ଗୁରୁତର ଆହତ ହୋଇଛନ୍ତି । ଏନେଇ ସମ୍ପୃକ୍ତ ପରିବାର ପକ୍ଷରୁ ବାଂଶଡା ଥାନାରେ ଅଭିଯୋଗ କରିବା ପରେ ଏକ ନିର୍ଦ୍ଦିଷ୍ଟ ଦଳର କର୍ମୀ ଓ ନେତାମାନେ ଏକଜୁଟ ହୋଇ ଏତଲାକାରୀଙ୍କୁ କେସ୍ ଉଠାଇବା ପାଇଁ ଧମକ ଦେଇଛନ୍ତି । ଏଥିସହ କଥା ନ ମାନିଲେ ଜୀବନରୁ ମାରି ଦେବାକୁ ମଧ୍ୟ ଧମକ ଦେଇଥିବା ଅଭିଯୋଗ ହୋଇଛି ।

ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ମରଣାତ୍ମକ ଆକ୍ରମଣ

ଏଣୁ ପରିବାର ଲୋକେ ଥାନାରୁ ନ୍ୟାୟ ନ ପାଇ ବାଧ୍ୟ ହୋଇ ଚାନ୍ଦବାଲି SDPOଙ୍କ ନିକଟରେ ଗୁହାରି କରିବା ସହ ତାଙ୍କ କାର୍ଯ୍ୟାଳୟ ଆଗରେ ନ୍ୟାୟ ଓ ସୁରକ୍ଷା ଦାବି କରିଛନ୍ତି । ତେବେ ଅଭିଯୁକ୍ତମାନେ ଏକ ନିର୍ଦ୍ଧିଷ୍ଟ ଦଳର କର୍ମୀ ଓ ନେତା ହୋଇଥିବାରୁ ବାଂଶଡା ପୋଲିସ ଦୁଇ ପକ୍ଷଙ୍କ ପକ୍ଷରୁ ଦୁଇଟି ମାମଲା ରୁଜୁ କରି ଚୁପ ବସିଛି । ଅଭିଯୁକ୍ତମାନଙ୍କୁ ଗିରଫ କରିବା ବଦଳରେ ସ୍ଥାନୀୟ ନେତାଙ୍କ ସହଯୋଗରେ ଆପୋଷ ସମାଧାନ ପାଇଁ ଚାପ ପକାଉଥିବା ଅଭିଯୋଗ ହୋଇଛି । ଏନେଇ ଅଭିଯୋଗକାରୀ SDPOଙ୍କ ନିକଟରେ ଗୁହାରି କରିଛନ୍ତି ।

ସେପଟେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details