ଓଡିଶା

odisha

ETV Bharat / state

ବ୍ରହ୍ମପୁର ସେବା ସମବାୟ ସମିତିର ଚାଷୀ ଆନ୍ଦୋଳନ - ଧାନ କିଣାରୁ ବାଦ ଦେବା ଅଭିଯୋଗ

ଧାନ କିଣାରୁ ବାଦ ଦିଆଯିବା ଅଭିଯୋଗରେ ଭଦ୍ରକ ବ୍ଳକ ବ୍ରହ୍ମପୁର ସେବା ସମବାୟ ସମିତି ଚାଷୀ ଆନ୍ଦୋଳନ କରିଛନ୍ତି। ଏନେଇ ବ୍ରହ୍ମପୁର ସେବା ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଚାଷୀ ଧାରଣା ଦେଇଛନ୍ତି। ଅଧିକ ପଢ଼ନ୍ତୁ...

Farmers movement by Cooperative Society of bhadrak block for paddy buying
ବ୍ରହ୍ମପୁର ସେବା ସମବାୟ ସମିତିର ଚାଷୀ ଆନ୍ଦୋଳନ

By

Published : Dec 24, 2020, 9:23 PM IST

ଭଦ୍ରକ: ଧାନ କିଣାରୁ ବାଦ ଦିଆଯିବା ଅଭିଯୋଗରେ ଭଦ୍ରକ ବ୍ଳକ ବ୍ରହ୍ମପୁର ସେବା ସମବାୟ ସମିତି ଚାଷୀ ଆନ୍ଦୋଳନ କରିଛନ୍ତି । ଏନେଇ ବ୍ରହ୍ମପୁର ସେବା ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଚାଷୀ ଧାରଣା ଦେଇଛନ୍ତି । ଧାନ କିଣିବା ପାଇଁ ଅନୁମତି ଦେବାକୁ ଦାବି କରିଛନ୍ତି ଚାଷୀ । ଏନେଇ ସମିତି ସମ୍ପାଦକଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

Farmers movement by Cooperative Society of bhadrak block for paddy buying

ବ୍ରହ୍ମପୁର ସେବା ସମବାୟ ସମିତି ଧାନ କିଣିବାକୁ ଅନୁମତି ନ ମିଳିଲେ ରାସ୍ତାରୋକ ଆନ୍ଦୋଳନ କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି । ଦୀର୍ଘ ବର୍ଷ ଧରି ଏହି ସମିତି ଜରିଆରେ ସରକାର ଧାନ କିଣି ଆସୁଥିଲେ । ତେବେ ଚଳିତ ବର୍ଷ ସମିତିକୁ ବାଦ ଦେଇ ସ୍ବୟଂ ସହାୟକ ଗୋଷ୍ଠୀ ସହାୟତାରେ ଧାନ କିଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ନେଇ ଚାଷୀ ଅସନ୍ତୋଷ ପ୍ରକାଶ ପାଇଛି।

ରାଜନୈତିକ ଆଭିମୁଖ୍ୟ ରଖି ଏଭଳି ନିଷ୍ପତ୍ତି ହୋଇଥିବା ଅଭିଯୋଗ ହୋଇଛି। ତୁରନ୍ତ ସମିତିକୁ ଧାନ କିଣିବାକୁ ଅନୁମତି ଦେବାକୁ ଚାଷୀ ଦାବି କରିଛନ୍ତି। ଦାବି ପୂରଣ ନହେଲେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details