ଓଡିଶା

odisha

By

Published : Jan 15, 2020, 7:05 PM IST

ETV Bharat / state

ଧାନବିକ୍ରିରେ ପାତରଅନ୍ତର ଅଭିଯୋଗ, ସୋସାଇଟି ଗେଟରେ ତାଲା ପକାଇଲେ ଚାଷୀ

ଚଳିତ ବର୍ଷ ଧାନ ବିକ୍ରି କରିବା ପାଇଁ ଅନଲାଇନ ପଞ୍ଜିକରଣ ସମୟରେ ପାତରଅନ୍ତର ହୋଇଥିବା ଅଭିଯୋଗରେ ବୁଧବାର  ବାସୁଦେବପୁର ବ୍ଲକ ଇରମ ସୋସାଇଟି ଗେଟରେ ତାଲା ପକାଇ ଚାଷୀମାନେ ଧାରଣା ଦେଇଛନ୍ତି ।

farmer strike
ଚାଷୀଙ୍କ ଧାରଣା

ଭଦ୍ରକ: ସୋସାଇଟି ଗେଟ୍ ଆଗରେ ଚାଷୀଙ୍କ ଧାରଣା। ଚଳିତ ବର୍ଷ ଧାନ ବିକ୍ରି କରିବା ପାଇଁ ଅନଲାଇନ ପଞ୍ଜିକରଣ ସମୟରେ ପାତରଅନ୍ତର ହୋଇଥିବା ଅଭିଯୋଗରେ ବୁଧବାର ବାସୁଦେବପୁର ବ୍ଲକ ଇରମ ସୋସାଇଟି ଗେଟରେ ତାଲା ପକାଇ ଚାଷୀମାନେ ଧାରଣା ଦେଇଛନ୍ତି ।

ଚାଷୀଙ୍କ ଧାରଣା


ସୂଚନା ଅନୁଯାୟୀ, ଚଳିତ ବର୍ଷ ଧାନ ବିକ୍ରି କରିବା ପାଇଁ ହୋଇଥିବା ଅନଲାଇନ ପଞ୍ଜିକରଣ ସମୟରେ ପାତରଅନ୍ତର ହୋଇଛି । ଯାହାଫଳରେ ଯୋଗ୍ୟ ଚାଷୀମାନେ ଅନଲାଇନ ପଞ୍ଜିକରଣରୁ ବଞ୍ଚିତ ହୋଇଛନ୍ତି ବୋଲି ସୂଚନା ମିଳିଛି।

ଯାହାର ପ୍ରତିବାଦ କରି ଚାଷୀମାନେ ଧାରଣା ଦେବା ସହ ଏନେଇ ବିଭାଗୀୟ ଅଧିକାରୀ ବିହୀତ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିବା ଜଣାପଡିଛି।

ଭଦ୍ରକରୁ ଦେବାଶିଷ୍ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details