ଓଡିଶା

odisha

ETV Bharat / state

ନୂତନ କୃଷି ବିଲକୁ କୃଷକ ସଙ୍ଗଠନର ବିରୋଧ - କୃଷି ବିଲକୁ କୃଷକ ସଙ୍ଗଠନର ବିରୋଧ

କେନ୍ଦ୍ର ସରକାରଙ୍କ ନୂତନ କୃଷି ବିଲକୁ ବିରୋଧ କରି କୃଷକ ସଙ୍ଗଠନ ପକ୍ଷରୁ ଭଦ୍ରକ ଜିଲ୍ଲା ତିହିଡିରେ ଆନ୍ଦୋଳନ କରାଯାଇଛି। ଅଧିକ ପଢନ୍ତୁ...

ନୂତନ କୃଷି ବିଲକୁ କୃଷକ ସଙ୍ଗଠନର ବିରୋଧ
ନୂତନ କୃଷି ବିଲକୁ କୃଷକ ସଙ୍ଗଠନର ବିରୋଧ

By

Published : Feb 4, 2021, 3:31 PM IST

ଭଦ୍ରକ:ନୂତନ କୃଷି ବିଲକୁ କୃଷକ ସଙ୍ଗଠନ ପକ୍ଷରୁ ବିରୋଧ । କେନ୍ଦ୍ର ସରକାରଙ୍କ ନୂତନ କୃଷି ବିଲକୁ ବିରୋଧ କରି କୃଷକ ସଙ୍ଗଠନ ପକ୍ଷରୁ ଭଦ୍ରକ ଜିଲ୍ଲା ତିହିଡିରେ ଆନ୍ଦୋଳନ କରାଯାଇଛି।

ବିଶେଷକରି ତିନୋଟି କୃଷକ ବିରୋଧୀ ଆଇନ ଓ ପାରିତ ହୋଇଥିବା ଶ୍ରମ ବିରୋଧୀ ଆଇନକୁ ବିରୋଧରେ କରି କୃଷକମାନେ ପୋଡାଜଳା କରିଛନ୍ତି ।

ନୂତନ କୃଷି ବିଲକୁ କୃଷକ ସଙ୍ଗଠନର ବିରୋଧ

କେନ୍ଦ୍ରର ମୋଦି ସରକାର କୃଷକଙ୍କ ସ୍ବାର୍ଥକୁ ସଙ୍କୁଚିତ କରୁଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଯାହାକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ କୃଷକ ଆନ୍ଦୋଳନ ଜାରି ରହିଛି। ଦିଲ୍ଲୀରେ ଏହି ଆନ୍ଦୋଳନରେ ଅନେକ କୃଷକଙ୍କ ମୃତ୍ୟୁ ଘଟିଲାଣି।

ମାତ୍ର କେନ୍ଦ୍ର ସରକାର ନୂତନ ବିଲକୁ ପ୍ରତ୍ୟାହାର କରୁନାହାନ୍ତି । ଏଣୁ କୃଷକଙ୍କ ସ୍ବାର୍ଥ ଦୃଷ୍ଟିରୁ ନୂତନ କୃଷି ବିଲ ପ୍ରତ୍ୟାହାର କରିବା ସହିତ ଶ୍ରମିକ ବିରୋଧୀ ଆଇନକୁ ପ୍ରତ୍ୟାହାର କରାନଗଲେ ଏହି ଆନ୍ଦୋଳନ ଆଗାମୀ ଦିନରେ ତୀବ୍ରତର ହେବ ବୋଲି ଚେତାବନୀ ଦିଆଯାଇଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details