ଭଦ୍ରକ:ତିହିଡ଼ି ବ୍ଳକ ଅନ୍ତର୍ଗତ ଅଣ୍ଡରାଇ ସେବା ସମବାୟ ସମିତି ସମ୍ପାଦକ ମନମୁଖୀ କାର୍ଯ୍ଯ । ଏଥିସହିତ କାର୍ଯ୍ୟରେ ବ୍ୟାପକ ଅନିମିୟତତା କରୁଥିବା ଅଭିଯୋଗ କରି ଜିଲ୍ଲାପାଳଙ୍କୁ ନ୍ୟାୟ ପାଇଁ ଗୁହାରି କଲେ ଚାଷୀ ।
ସେବା ସମବାୟ ସମିତିର ମନୋମୁଖୀ କାର୍ଯ୍ୟକୁ ଚାଷୀଙ୍କ ବିରୋଧ - Opposition to the Moody work
ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଳକ ଅନ୍ତର୍ଗତ ଅଣ୍ଡରାଇ ସେବା ସମବାୟ ସମିତି ସମ୍ପାଦକ ମନମୁଖୀ କାର୍ଯ୍ଯ କରୁଥିବା ଅଭିଯୋଗ କରି ଜିଲ୍ଲାପାଳଙ୍କୁ ନ୍ୟାୟ ପାଇଁ ଗୁହାରି କଲେ ଚାଷୀ । ଅଧିକ ପଢନ୍ତୁ...
ସେବା ସମବାୟ ସମିତିର ମନୋମୁଖୀ କାର୍ଯ୍ୟକୁ ବିରୋଧ, ପ୍ରତିବାଦରେ ଉପଜିଲ୍ଲାପାଳଙ୍କୁ ଚାଷୀଙ୍କ ଦାବିପତ୍ର
ଅଭିଯୋଗ ଅନୁଯାୟୀ ସରକାର ସମ୍ପୂର୍ଣ୍ଣ ଋଣ ଛାଡ କରୁଥିଲେ ମଧ୍ୟ 10 ପ୍ରତିଶତ ଋଣ ଆଦାୟ, ଧାନ ବିକ୍ରି ସମୟରେ 7 ପ୍ରତିଶତ କାଟିବା, ଯୋଗ୍ୟ ଚାଷୀଙ୍କୁ ଧାନ ବିକ୍ରୟ ପାଇଁ ଅନୁମତି ନଦେଇ ସେବା ସମବାୟ ସମିତି ପକ୍ଷରୁ ବାହାରୁ ଧାନ କିଣା ପରି ଘଟଣାକୁ ଚାଷୀମାନେ ପ୍ରତିବାଦ କରିଛନ୍ତି । ଏନେଇ ଏକ ଦାବିପତ୍ର, ଜିଲ୍ଲାପାଳଙ୍କ ଅନୁପସ୍ଥିତି ଯୋଗୁଁ ଡେପୁଟି କଲେକ୍ଟରଙ୍କୁ ପ୍ରଦାନ କରିଥିଲେ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ