ଓଡିଶା

odisha

ETV Bharat / state

266ଟଙ୍କା ପ୍ରିମିୟମ ପୈଠ କରିଥିଲେ, ମୃତ ଚାଷୀଙ୍କ ପରିବାର ପାଇଲେ 5ଲକ୍ଷ - bank help to dead family

ବାଲେଶ୍ୱର-ଭଦ୍ରକ କେନ୍ଦ୍ରିୟ ସମବାୟ ବ୍ୟାଙ୍କ ପକ୍ଷରୁ 4 ଜଣ ମୃତ ଚାଷୀଙ୍କ ପରିବାରକୁ 5 ଲକ୍ଷ ଟଙ୍କା ଲେଖାଁଏ ବୀମାରାଶି ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ

266 ଟଙ୍କା ପ୍ରିମିୟମ ପୈଠ କରିଥିବାରୁ ମୃତ୍ୟୁ ଚାଷୀଙ୍କ ପରିବାର ପାଇଲେ 5 ଲକ୍ଷ ଟଙ୍କା
266 ଟଙ୍କା ପ୍ରିମିୟମ ପୈଠ କରିଥିବାରୁ ମୃତ୍ୟୁ ଚାଷୀଙ୍କ ପରିବାର ପାଇଲେ 5 ଲକ୍ଷ ଟଙ୍କା

By

Published : Dec 6, 2021, 10:51 PM IST

ଭଦ୍ରକ: ସଠିକ ସମୟରେ ମାତ୍ର 266 ଟଙ୍କା ଋଣ ବୀମା ରାଶିର ପ୍ରିମିୟମ ବାବଦକୁ ପୈଠ କରିଥିବାରୁ, ଚାଷିଙ୍କ ମୃତ୍ୟୁ ପରେ ପରିବାର ଲୋକେ ପାଇଲେ 5 ଲକ୍ଷ ଟଙ୍କାର ବୀମାରାଶି । ଖବର ଅନୁଯାୟୀ ବାଲେଶ୍ୱର-ଭଦ୍ରକ କେନ୍ଦ୍ରିୟ ସମବାୟ ବ୍ୟାଙ୍କ ପକ୍ଷରୁ 4 ଜଣ ମୃତ ଚାଷୀଙ୍କ ପରିବାରକୁ 5 ଲକ୍ଷ ଟଙ୍କା ଲେଖାଁଏ ବୀମାରାଶି ପ୍ରଦାନ କରାଯାଇଛି । ନରେନ୍ଦ୍ରପୁର, ଚାରିତରଫ, ମଙ୍ଗଳପୁର ଓ ବିଲଣା ସେବା ସମବାୟ ସମିତିର ଏପରି 4 ପରିବାରକୁ ମୋଟ 20 ଲକ୍ଷ ଟଙ୍କା ସମବାୟ ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯାଇଛି ।

266 ଟଙ୍କା ପ୍ରିମିୟମ ପୈଠ କରିଥିବାରୁ ମୃତ୍ୟୁ ଚାଷୀଙ୍କ ପରିବାର ପାଇଲେ 5 ଲକ୍ଷ ଟଙ୍କା

ଏହି ବ୍ୟାଙ୍କ ଅଧିନ ବିଲଣା ସେବା ସମବାୟ ସମିତିରୁ କୃଷିଋଣ ନେଇଥିବା ଚାଷୀ କେରଡିହ ବିଲଣା ଗାଁର ଅଜୟ ଜେନାଙ୍କ ପରିବାରକୁ 5 ଲକ୍ଷ ଟଙ୍କାର ବୀମାରାଶି ପ୍ରଦାନ କରାଯାଇଛି । ଏହି ଅବସରରେ ତିହିଡ଼ି ବ୍ୟାଙ୍କ ଶାଖା ପରିଚାଳକ ସୁଶାନ୍ତ କୁମାର ପୁହାଣ ମୃତ ଚାଷୀଙ୍କ ବିଧବା ସ୍ତ୍ରୀ ତପସ୍ୱିନୀ ଜେନାଙ୍କୁ ଚେକ୍ ପ୍ରଦାନ କରିଥିଲେ । ବିଲଣା ସମବାୟ ସମିତି ସମ୍ପାଦକ ଅମରେନ୍ଦ୍ର ନାୟକଙ୍କ ସମେତ ବ୍ୟାଙ୍କ କର୍ମକର୍ତ୍ତା ଓ ବିଭିନ୍ନ ସମିତିର ସମ୍ପାଦକମାନେ ଉପସ୍ଥିତ ଥିଲେ । କୃଷିଋଣ ନେବା ସମୟରେ ବୀମା ରାଶିର ପ୍ରିମିୟମ ବାବଦକୁ ମାତ୍ର 266 ଟଙ୍କା ସମିତି ମାଧ୍ୟମରେ ଜମା କରିଥିଲେ ।

ଯାହାର ଫଳ ସ୍ୱରୁପ ମୃତ ପରିବାର ଲୋକଙ୍କୁ ଏପରି ସହାୟତା ପ୍ରଦାନ କରାଯାଇଛି । ସେବା ସମବାୟ ସମିତିରେ ଋଣ ନେଇ ବୀମାଭୁକ୍ତ କରାଇଲେ ଚାଷୀ ଏହାର ଫାଇଦା ପାଇଥାଏ । ବିପଦ ଆପଦରେ କାହାରି ମୃତ୍ୟୁ ହେଲେ ମୃତକ ପରିବାରକୁ ବୀମାରାଶି ମିଳିଥାଏ । ଏନେଇ ସମସ୍ତ ଚାଷୀ ସଚେତନ ହେବାକୁ ବ୍ୟାଙ୍କ ମ୍ୟାନେଜର ପରାମର୍ଶ ଦେଇଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details