ଭଦ୍ରକ:ଜିଲ୍ଲା ଦେଇ ପ୍ରବାହିତ ମନ୍ତେଇ ନଦୀ ପାଣିକୁ ଲୁଣାମୁକ୍ତ କରିବା ସହିତ କୁଣ୍ଡି ନଦୀକୁ ସାଳନ୍ଦି ନଦୀ ସହିତ ସଂଯୋଗୀକରଣ ଓ ଦଶମୌଜା କେନାଲକୁ କାନପୁର ପର୍ଯ୍ୟନ୍ତ ଖନନ ଦାବିରେ ହୋଇଛି ଗଣଧାରଣା । ତେବେ ଅଖିଳ ଭାରତ କୃଷକ ସଭା ପକ୍ଷରୁ ଜିଲ୍ଲାର ତିହିଡି ବ୍ଲକ କମାରିଆଠାରେ ଏହି ଧାରଣା ଦିଆଯାଇଛି ।
ମନ୍ତେଇ ନଦୀଟି 2008 ମସିହା ପର୍ଯ୍ୟନ୍ତ ଅଞ୍ଚଳର ଚାଷୀ ଭାଇଙ୍କ ପାଇଁ ଆଶୀର୍ବାଦ ଥିଲା । କିନ୍ତୁ ବର୍ତ୍ତମାନ ଏହା ପ୍ରଶାସନିକ ଅବହେଳା ଓ ଅପାରଗତା ଦୃଷ୍ଟିରୁ 2009 ମସିହାଠାରୁ ଅଭିଶାପରେ ପରିଣତ ହୋଇଛି । ମନ୍ତେଇ ନଦୀର ପାଣିକୁ ରବି ଋତୁରେ ଲୁଣାମୁକ୍ତ କରିବା, ଦଶମୌଜା କେନାଲକୁ କାନପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ଦାବି ନେଇ ଅଖିଳ ଭାରତ କୃଷକ ସଭା ଲଗାତର ଜନ ଆନ୍ଦୋଳନ କରି ଆସୁଛି ।