ଭଦ୍ରକ:କୋରୋନାରେ ମୃତ୍ୟୁ ବରଣ କଲେ ଗାଁ ଶ୍ମଶାନରେ ହେବନି ଶବଦାହ । କୋରୋନା ମୃତକଙ୍କ ସତ୍କାର ପାଇଁ ହୀନସ୍ତା ହେଉଛନ୍ତି ପରିବାର ଲୋକେ। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ରାଣୀତାଲ ଗାଁରେ । ସୂଚନା ଅନୁଯାୟୀ ସେହି ଗାଁର ଜଣେ ମହିଳାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ନେଇଥିଲେ । ସେଠାରେ ଚିକିତ୍ସା ହେବା ସମୟରେ ସେ କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ତେବେ ସେଠାରେ କିଛି ଦିନ ଚିକିତ୍ସିତ ହେବା ପରେ ସେ ଘରକୁ ଆସି ହୋମ ଆଇସୋଲେସନ ରହିଥିଲେ।
ଶେଷଯାତ୍ରାରେ ବି ମିଳିଲାନି ସମ୍ମାନ, କୋରୋନା ଆକ୍ରାନ୍ତଙ୍କ ଶବ ସତ୍କାର ପାଇଁ ହଟହଟା ପରିବାର - cremation of corona patient
କୋରୋନା ମୃତକଙ୍କ ଅନ୍ତିମ ସଂସ୍କାର ପାଇଁ ନୟାନ୍ତ ହେଲେ ପରିବାର ଲୋକ । ଗାଁ ଶ୍ମଶାନରେ ହେଲାନି ସତ୍କାର । ପ୍ରଶାସନର ପାରିବା ପଣିଆ ନେଇ ଉଠିଲା ପ୍ରଶ୍ନ । ଅଧିକ ପଢନ୍ତୁ...

କୋରୋନା ମୃତକଙ୍କ ଶବଦାହ ପାଇଁ ନୟାନ୍ତ ହେଲେ ପରିବାର ଲୋକ
କୋରୋନା ମୃତକଙ୍କ ଶବଦାହ ପାଇଁ ନୟାନ୍ତ ହେଲେ ପରିବାର ଲୋକ
ହେଲେ ବିଧିର ବିଧାନ ଥିଲା କିଛି ଅଲଗା, ଘରେ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ପରିବାର ଲୋକେ ଏନେଇ ପ୍ରଶାସନ ଓ ଲୋକ ପ୍ରତିନିଧି ମାନଙ୍କୁ ଅବଗତ କରାଇଥିଲେ। ହେଲେ କେହି କିଛି ଶୁଣି ନଥିଲେ। ଶେଷରେ ନିରୁପାୟ ହୋଇ ବହୁ କଷ୍ଟରେ ଅନ୍ତିମ ସଂସ୍କାର କରିବା ପାଇଁ ଗାଁ ଶ୍ମଶାନକୁ ଯାଇଥିଲେ। ହେଲେ ସେଠାରେ ଗାଁଲୋକେ ବିରୋଧ କରିଥିଲେ । ନିରୂପାୟ ହୋଇ ସେଠାରୁ ଫେରି ଆସି ପରିବାର ଲୋକେ ନିଜ ବାଡିରେ ଶବଦାହ କରିଥିବା ଜଣାପଡ଼ିଛି। ତେବେ ଏଭଳି ଘଟଣା ଏବେ ସାମ୍ନାକୁ ଆସିବା ପରେ, ପ୍ରଶାସନର କୋଭିଡ-19 ପରିଚାଳନା ନେଇ ପ୍ରଶ୍ନ ଉଠିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ