ଭଦ୍ରକ:ରାତି ପାହିଲେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ପଡିବ ଭୋଟ । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ଭଦ୍ରକ ଓ ବନ୍ତ ବ୍ଲକରେ ପଡିବ ଭୋଟ । ନିର୍ବାଚନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଗ୍ରହଣ କରାଯାଇଛି।
ଶାନ୍ତିଶୃଙ୍ଖଳା ଭାବେ ନିର୍ବାଚନ ପାଇଁ ପୋଲିଂ ପାର୍ଟି ସହ ପୋଲିସ କର୍ମୀଙ୍କୁ ମୁତୟନ କରାଯାଉଛି । ଜିଲ୍ଲାରେ ଚିହ୍ନଟ ହୋଇଥିବା ସମ୍ବେଦନଶୀଳ ଓ ଅତିସମ୍ବେଦନଶୀଳ ବୁଥ ଉପରେ ସ୍ବତନ୍ତ୍ର ନଜର ରଖାଯିବା ସହ ପୋଲିସ ବ୍ୟବସ୍ଥା କଡାକଡି କରାଯିବ। ସୁରକ୍ଷା ଦୃଷ୍ଟିରୁ 43 ଟି ମୋବାଇଲ ପାର୍ଟିକୁ ମୁତୟନ କରାଯିବ। ଦୁଇ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ସହ ପୋଲିସ ଅଫିସରଙ୍କୁ ନିଯୁକ୍ତ କରାଯିବ।