ଭଦ୍ରକ: ଆରଡି ପୀଠରୁ ହଟିବ ଜବରଦଖଲ। ଏନେଇ ଭଦ୍ରକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଆରଡି ପୀଠର ଆଖଣ୍ଡଳମଣିଙ୍କ ମନ୍ଦିର ପରିସରରେ ଥିବା ଚତୁଃପାର୍ଶ୍ବ ରାସ୍ତା, ପୀଠରେ ଥିବା ପୂର୍ଣ୍ଣତୋୟା ଶିବଗଙ୍ଗା ପୁଷ୍କରିଣୀ ଚତୁଃପାର୍ଶ୍ବ ରାସ୍ତା ଓ ମୁଖ୍ୟରାସ୍ତାର ସମ୍ପ୍ରସାରଣ ପାଇଁ ଗତକିଛି ମାସ ହେବ ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା। ଏହି ମାମଲାର ଉଚ୍ଚତମ ନ୍ୟାୟାଳୟର 2 ଜଣିଆ ଖଣ୍ଡପୀଠ ଶୁଣାଣି କରିଛନ୍ତି । ପୀଠରୁ ଦଖଲ ଉଚ୍ଛେଦ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।
ଆଖଣ୍ଡଳମଣି ମନ୍ଦିର ପରିସରରୁ ହଟିବ ଜବରଦଖଲ - ଆଖଣ୍ଡଳମଣି ମନ୍ଦିର ପରିସରରୁ ହଟିବ ଜବରଦଖଲ
ଆଖଣ୍ଡଳମଣି ମନ୍ଦିର ପରିସରରୁ ହଟିବ ଜବରଦଖଲ । ଭଦ୍ରକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ଅଧିକ ପଢନ୍ତୁ....
ଆଖଣ୍ଡଳମଣି ମନ୍ଦିର ପରିସରରୁ ହଟିବ ଜବରଦଖଲ
ପୁରାତନ ଶୈବପୀଠ ହୋଇଥିବାରୁ ଦୈନଦିନ ପୀଠକୁ ଦର୍ଶନ ପାଇଁ ବହୁ ଭକ୍ତଙ୍କ ସମାଗମ ହୋଇଥାଏ । ହେଲେ ପୀଠ ପରିସର ଓ ମୁଖ୍ୟରାସ୍ତା ସମ୍ପ୍ରସାରଣ ହୋଇ ନ ଥିବା ଯୋଗୁଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏପରିକି ଜରୁରୀକାଳୀନ ସେବା ମଧ୍ୟ ଅନେକ ସମୟରେ ପହଞ୍ଚି ପାରୁ ନଥିବା ଅଭିଯୋଗ ହୋଇଛି । ସେପଟେ, ପ୍ରଶାସନ ପକ୍ଷରୁ ପୀଠର ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି।
ଭଦ୍ରକରୁ ଦେବାଶିଷ ମହାପାତ୍ରଙ୍କ ରିପୋର୍ଟ,ଇଟିଭି ଭାରତ
TAGGED:
Akhandalmani temple