ଓଡିଶା

odisha

ETV Bharat / state

ଆଗରପଡାରେ ହାତୀ ଆତଙ୍କ: ଭାଙ୍ଗିଲେ ଘର, ନଷ୍ଟ କଲେ ଫସଲ

ଭଦ୍ରକ ଆଗରପଡା ଥାନା ପାଟକନା ଗାଁରେ ହାତୀ ଆତଙ୍କ । ଘର ଭାଙ୍ଗିବା ସହ ବ୍ୟାପକ ଫସଲ କଲେ ନଷ୍ଟ । ଘଟଣାସ୍ଥଳରେ ହଦଗଡ଼ ଜଙ୍ଗଲ ବିଭାଗ ଓ ଭଦ୍ରକ ଜଙ୍ଗଲ ବିଭାଗ ମିଳିତ ଉଦ୍ୟମରେ ହାତୀ ଘଉଡାଇବା ଆରମ୍ଭ କରିଛନ୍ତି ।

By

Published : Jun 30, 2019, 1:18 PM IST

Updated : Jun 30, 2019, 3:11 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ପୁଣି ହାତୀ ଆତଙ୍କ । ଘର ଭାଙ୍ଗିବା ସହ ବ୍ୟାପକ ଫସଲ କଲେ ନଷ୍ଟ । ଏହି ଅଭାବନୀୟ ଘଟଣା ଦେଖାଦେଇଛି ଭଦ୍ରକ ଆଗରପଡା ଥାନା ପାଟକନା ଗାଁରେ । ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ସୂଚନାନୁଯାୟୀ କିଛିଦିନ ହେବ ହଦଗଡ଼ ଅଭୟାରଣ୍ୟରୁ ଦଳେ ହାତୀ ଆସି ଭଦ୍ରକ ସୀମାନ୍ତ ଅଞ୍ଚଳରେ ଉପଦ୍ରବ କରିଆସୁଥିଲେ । କିନ୍ତୁ ଗତକାଲି ରାତିରେ ଭଦ୍ରକ ଜ଼ିଲ୍ଲାର ଆଗରପଡା ଅଞ୍ଚଳକୁ 2ଟି ହାତୀ ପଶି ବହୁ ଘରଦ୍ୱାର ଭାଙ୍ଗିଥିବା ସୂଚନା ମିଳିଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ହଦଗଡ଼ ଜଙ୍ଗଲ ବିଭାଗ ଓ ଭଦ୍ରକ ଜଙ୍ଗଲ ବିଭାଗ ମିଳିତ ଉଦ୍ୟମରେ ହାତୀ ଘଉଡାଇବା ଆରମ୍ଭ କରିଛନ୍ତି ।


ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Jun 30, 2019, 3:11 PM IST

For All Latest Updates

ABOUT THE AUTHOR

...view details