ଓଡିଶା

odisha

ETV Bharat / state

ଇଦ ଉଲ ଜୁହା ଫିକା କରିବ କୋରୋନା ! - ଇଦ ଉଲ ଜୁହା

ଆସନ୍ତାକାଲି ମୁସଲମାନଙ୍କ ପବିତ୍ର "ଇଦ ଉଲ ଜୁହା" । ହେଲେ କୋରୋନା ପାଇଁ ଫିକା ପଡ଼ିବ ଚଳିତ ବର୍ଷ ମୁସଲମାନ ସମ୍ପ୍ରଦାୟର ପର୍ବ "ଇଦ ଉଲ ଜୁହା"। ଅଧିକ ପଢନ୍ତୁ..

କୋରୋନା ଫିକା ପକାଇବ ଇଦ ଉଲ ଜୁହା !
କୋରୋନା ଫିକା ପକାଇବ ଇଦ ଉଲ ଜୁହା !

By

Published : Jul 31, 2020, 6:02 PM IST

ଭଦ୍ରକ: ରାତି ପାହିଲେ "ଇଦ ଉଲ ଜୁହା"। ହେଲେ କୋରନା କାଳରେ ସବୁ କିଛି ଓଲଟ ପାଲଟ ହୋଇଯାଇଛି। ଏକ ପ୍ରକାର ଫିକା ହୋଇ ଯାଇଛି ଏହି ଉତ୍ସବ ପାଳନ। ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀ ମାନେ ପ୍ରତି ବର୍ଷ ପାଳନ କରିଥାନ୍ତି ପାଳନ କରିଥାନ୍ତି "ଇଦ ଉଲ ଜୁହା"। ଯାହାକୁ ଆରବି ଭାଷାରେ "ଇଦ ଉଲ ଆଜାହା" ବୋଲି କୁହାଯାଏ। ଭାରତରେ ଏହା କୁ "ଇଦ ଉଲ ଅଦା" ବା ବଳିଦାନର ଦିବସ ଭାବେ ପାଳନ କରାଯାଏ। ଯାହାକୁ ବକ୍ରିଦ ବୋଲି ମଧ୍ଯ କୁହଯାଏ।

କୋରୋନା ଫିକା ପକାଇବ ଇଦ ଉଲ ଜୁହା !

ଐତିହାସିକ କିମ୍ବଦନ୍ତୀ ଅନୁଯାୟୀ, ଏହି ଦିନ ଆଲ୍ଲାଙ୍କ ପରୀକ୍ଷାକୁ ସାମନା କରିବାକୁ ଯାଇ ଇବ୍ରାହିମ ନିଜ ପୁତ୍ର ଇସମାଇଲଙ୍କୁ ବଳି ଦେବା ପାଇଁ ଯାଇଥିବାରୁ ଏହାକୁ ବକ୍ରିଦ କୁହଯାଏ ବୋଲି କହିଛନ୍ତି ଶ୍ରଦ୍ଧାଳୁ। ଏହି ଅବସରରେ ଭଦ୍ରକ ଜିଲ୍ଲାର ସମସ୍ତ ମସଜିଦ ମାନଙ୍କରେ ସମୁହ ନମାଜ ପାଠ କରାଯାଏ । ଏଥିସହ କୁଆଁସ ଠାରେ ଥିବା ଇଦଘା ଠାରେ ଦଶ ହଜାରରୁ ଉର୍ଦ୍ଧ୍ଵ ମୁସଲମାନ ଶ୍ରଦ୍ଧାଳୁ ମାନେ ସମୁହ ନମାଜ ପାଠ କରିଥାନ୍ତି । ଏହି ପର୍ବକୁ ତିନିଦିନ ଧରି ପାଳନ କରନ୍ତି ଇସଲାମ ସମ୍ପ୍ରଦାୟର ଲୋକମାନେ।

ହେଲେ ଚଳିତ ବର୍ଷ ସବୁ କିଛି ଫିକା ହୋଇ ଯାଇଛି। ସାମାଜିକ ଦୂରତା ଅବଲମ୍ବନ ନେଇ ପ୍ରଶାସନିକ କଟକଣା ଯୋଗୁ ଚଳିତ ବର୍ଷ ଆଉ ହେବ ନାହିଁ ବିଭିନ୍ନ ମସଜିଦ ଏବଂ ଇଦଘା ଠାରେ ସମୁହ ନମାଜ ପାଠ। ତେବେ ସମସ୍ତ କଟକଣାକୁ ପାଳନ କରି ଏହି ଉତ୍ସବକୁ ଶ୍ରଦ୍ଧାଳୁ ମାନେ ପାଳନ କରିବେ ବୋଲି କହିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details