ଓଡିଶା

odisha

ETV Bharat / state

ନକଲି ଜର୍ଦ୍ଦା ଜବତ, ଜଣେ ଗିରଫ

ଗାଡିରେ ଚୋରା ଚାଲାଣ ବେଳେ ନକଲି ଜର୍ଦ୍ଦା ସହ ଅଟୋ ଜବତ କରିଛି ଭଦ୍ରକ ପୁରୁଣା ବଜାର ପୋଲିସ । ଏହା ସହ ଜଣକୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

By

Published : Jul 2, 2020, 2:29 AM IST

ନକଲି ଜର୍ଦ୍ଦା ଜବତ, ଜଣେ ଗିରଫ
ନକଲି ଜର୍ଦ୍ଦା ଜବତ, ଜଣେ ଗିରଫ

ଭଦ୍ରକ: ଗାଡିରେ ଚୋରା ଚାଲାଣ ବେଳେ ନକଲି ଜର୍ଦ୍ଦା ସହ ଅଟୋ ଜବତ କରିଛି ଭଦ୍ରକ ପୁରୁଣା ବଜାର ପୋଲିସ । ଏହା ସହ ଜଣକୁ ଗିରଫ କରିଛି ପୋଲିସ ।

ନକଲି ଜର୍ଦ୍ଦା ଜବତ, ଜଣେ ଗିରଫ

ସୂଚନା ଅନୁସାରେ, ଏକ ଗାଡିରେ ନକଲି ଜର୍ଦ୍ଦା ଚୋରାରେ ଆଣିବା ସହ ବେପାରୀ ଚନ୍ଦନ ବଜାର ଅଞ୍ଚଳର ଦୋକାନୀଙ୍କୁ ଯୋଗାଉଥିଲେ । ଏହା ଜାଣିବା ପରେ ପୋଲିସ ଘଟଣାସ୍ଥଳକୁ ଯାଇଥିଲା । ହେଲେ ସେତେବେଳକୁ ଗାଡିଟି ଖସିଯାଇଥିଲା ।

ନକଲି ଜର୍ଦ୍ଦା ଜବତ, ଜଣେ ଗିରଫ

ପରେ ଅନ୍ୟ ଏକ ଅଟୋରେ ନକଲି ଜର୍ଦ୍ଦା ଯାଉଥିବା ଖବରପାଇ ପୋଲିସ ହଳଦୀଡିହ ଛକ ନିକଟରେ ଅଟୋକୁ ଅଟକାଇଥିଲା । ସେଥିରୁ ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ କରାଯାଇଛି । ଗାଡି ସହ ଜଣେ ଅଭିଯୁକ୍ତ ମଧ୍ୟ ପୋଲିସ ଦ୍ବାରା ଗିରଫ ହୋଇଛି । ଜବତ ଜର୍ଦ୍ଦାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପୋଲିସ କହିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details