ଭଦ୍ରକ:ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନକଲି ଡାକ୍ତର । ଠାବ କଲେ ଖୋଦ୍ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ଯାହାକି ଚକିତ କରି ଦେଇଛି । ଯାଜପୁର ଜିଲ୍ଲା ଖଣ୍ଡରା ଅଞ୍ଚଳର ରାଜୀବ ଲୋଚନ ନାୟକ ନିଜକୁ ପ୍ରସୂତୀ ବିଭାଗର ନବ ନିଯୁକ୍ତ ଡାକ୍ତର ବୋଲି ପରିଚୟ ଦେଇଥିଲେ । ଏଥିସହ ବେକରେ ଟେଥିସ୍କୋପ ପକାଇ, ନକଲି ପରିଚୟ ପତ୍ର ସହପ୍ରସୂତୀ ବିଭାଗର ୱାର୍ଡ ବାଟ ଦେଇ ଓଟିକୁ ଯାଉଥିଲେ । ଏନେଇ ସେଠାରେ ଉପସ୍ଥିତ ଥିବା ସିଡିଏମଓଙ୍କ ସନ୍ଦେହ ହୋଇଥିଲା । ତେଣୁ ସେ ତାଙ୍କୁ ଡାକି ପରିଚୟ ପଚାରି ଥିଲେ। ହେଲେ ସେ ସନ୍ତୋଷ ଜନକ ଉତ୍ତର ଦେଇ ପାରି ନଥିଲେ ।
ସେହିପରି ଏଥିପୂର୍ବରୁ ସମ୍ପୃକ୍ତ ନକଲି ଡାକ୍ତର ଜଣଙ୍କ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ପ୍ରସୂତି ବିଭାଗ ବିଷୟରେ ସିକ୍ୟୁରିଟି ଗାର୍ଡଙ୍କୁ ପଚାରି ଥିଲେ ଯେ, ମୋତେ ପ୍ରସୂତି ବିଭାଗର ୱାର୍ଡ ଏବଂ ଓଟିକୁ ରାସ୍ତା କୁହ । ମୁଁ ଆଜି ନୂଆ ନିଯୁକ୍ତି କରିଛି । ତେବେ ସମ୍ପୃକ୍ତ ସିକ୍ୟୁରିଟି ଗାର୍ଡ ମଧ୍ୟ ତାଙ୍କୁ ଅସଲି କି ନକଲି ଚିହ୍ନି ନପାରି ରାସ୍ତା ଦେଖାଇ ଦେଲେ ବୋଲି ସୂଚନା ମିଳିଛି । ତେବେ ଶେଷରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମେଡିକାଲରେ ଥିବା ପୋଲିସ ସହାୟତା କେନ୍ଦ୍ରକୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ହସ୍ତାନ୍ତର କରିଥିଲେ । ସେଠାରେ ପଚରାଉଚରା ବେଳେ ଯୁବକ ଜଣକ ନକଲି ଡାକ୍ତର ବୋଲି ଜଣା ପଡ଼ିପାରେ ।