ଓଡିଶା

odisha

ETV Bharat / state

ଜିଦିଆ ପ୍ରେମିକ: ବିବାହ ପାଇଁ ରାଜି ନ ହେବାରୁ ବାପ ଓ ଝିଅଙ୍କୁ ମରଣାନ୍ତକ ଆକ୍ରମଣ - failure in love

ପ୍ରେମ ପାଇଁ ବାପା ଓ ଝିଅଙ୍କୁ ହାଣିଲା ବିଫଳ ପ୍ରେମିକ। ଉଭୟ ବାପା ଓ ଝିଅ ଗୁରୁତର ଅବସ୍ଥାରେ ଏବେ କଟକ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ଅଧିକ ଖବର ପଢନ୍ତୁ...

lovers attack
ଜିଦିଆ ପ୍ରେମିକ,ବିବାହ ପାଇଁ ବାପ ଓ ଝିଅଙ୍କୁ ଆକ୍ରମଣ

By

Published : Dec 1, 2019, 1:26 PM IST

ଭଦ୍ରକ: ପ୍ରେମ ପାଇଁ ବାପା ଓ ଝିଅଙ୍କୁ ହାଣିଲା ବିଫଳ ପ୍ରେମିକ । ଉଭୟ ବାପା ଓ ଝିଅ ଗୁରୁତର ଅବସ୍ଥାରେ ଏବେ କଟକ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି । ଏମିତି ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବନ୍ତ ଥାନା ଡାଳିମ୍ବଗଢିଆ ଅଞ୍ଚଳରେ। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଜଣକ ହେଲେ ରାଜା।

ଆକ୍ରମଣର ଶିକାର ହୋଇଥିବା ବାପା ଓ ଝିଅ ହେଲେ ବନ୍ତ ଥାନା ଦୋଳାପଦି ଗାଁ ର ରବୀନ୍ଦ୍ର ସାହୁ ଓ ଝିଅ ନମିତା ସାହୁ। ଆକ୍ରମଣ ପରେ ଉଭୟ ବାପ ଓ ଝିଅଙ୍କ ଶରୀରରେ ଗଭୀର ଆଘାତ ଲାଗିଛି ।

ଜିଦିଆ ପ୍ରେମିକ,ବିବାହ ପାଇଁ ବାପ ଓ ଝିଅଙ୍କୁ ଆକ୍ରମଣ

ସୂଚନା ଅନୁଯାୟୀ, ଅଭିଯୁକ୍ତ ରାଜା ପୂର୍ବରୁ ନମିତାକୁ ବାହା ହେବା ପାଇଁ ଯୁବତୀଙ୍କ ଘରଲୋକଙ୍କୁ ନିବେଦନ କରିଥିଲେ । ହେଲେ ରାଜା ସହ ଝିଅକୁ ବାହାଘର ପାଇଁ ଘର ଲୋକ ମନା କରିଦେଇଥିଲେ । ଯାହାଫଳରେ ପ୍ରତିଶୋଧ ପରାୟଣ ହୋଇ ଯୁବକ ଜଣକ ଏମିତି କାଣ୍ଡ କରିଥିବା ସୂଚନା ମିଳିଛି ।

ସ୍ଥାନୀୟ ଲୋକେ ଉଭୟ ବାପା ଓ ଝିଅଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ବାପା ଓ ଝିଅଙ୍କୁ କଟକ ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଯୁବତୀ ଓ ତାଙ୍କ ବାପାଙ୍କ ବୟାନ ଆଧାରରେ ବନ୍ତ ପୋଲିସ ଅଭିଯୁକ୍ତକୁ ଖୋଜୁଛି।


ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ

ABOUT THE AUTHOR

...view details