ଭଦ୍ରକ: ଏ ହେଉଛି ଏକ ଅସହାୟ ପୁଅର କରୁଣ ବିଳାପ । ପୁଅର ଇଚ୍ଛା ପାଠ ପଢି ବଡ ମଣିଷ ହେବ । ହେଲେ ମଦ୍ୟପ ବାପା ଘରକୁ ଆସିଲେ ବିନା କାରଣରେ ନିର୍ଦ୍ଧୁମ ପିଟେ ପୁଅକୁ । ଶେଷରେ ପୁଅ ଭୟଭିତ ହୋଇ ଭଦ୍ରକ ରେଳ ଷ୍ଟେସନରେ ଭୋକ ଉପାସରେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି ।
ମଦ୍ୟପ ବାପାର ଶିକାର ହେଉଛି ନାବାଳକ
ପୁଅର ଇଚ୍ଛା ପାଠ ପଢି ବଡ ମଣିଷ ହେବ । ହେଲେ ମଦ୍ୟପ ବାପା ଘରକୁ ଆସିଲେ ବିନା କାରଣରେ ନିର୍ଦ୍ଧୁମ ପିଟେ ପୁଅକୁ । ଜାଣନ୍ତୁ ପୁରା ଖବର...
ମଦ୍ୟପ ବାପାର ଶିକାର ହେଉଛି ନାବାଳକ
ଆଜିର ସଭ୍ୟ ସାମାଜରେ ଏହିପରି ଏକ ବ୍ୟତିକ୍ରମ ସାମ୍ନାକୁ ଆସିଛି । ଏନେଇ ଖବର ପାଇ ଏକ ସ୍ବେଚ୍ଛାସେବୀ ସାମାଜିକ ସଂଗଠନର କର୍ମକର୍ତ୍ତା ମାନେ, ଏହି ନାବାଳକ ପିଲାଟିକୁ ଉଦ୍ଧାର କରି ଭଦ୍ରକ ଟାଉନ ଥାନା ପୋଲିସକୁ ହସ୍ତାନ୍ତର କରିବା ସହ ଶିଶୁ କଲ୍ୟାଣ ବିଭାଗକୁ ଖବର ଦେଇଛନ୍ତି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ