ଓଡିଶା

odisha

ETV Bharat / state

Drive Against Drunk Driving: ମଦ ପିଇ ଗାଡ଼ି ଚଳାଇ 4 ଗିରଫ - ଭଦ୍ରକରେ ମଦ ପିଇ ଗାଡ଼ି ଚଳାଇବା ଘଟଣାରେ ଡ୍ରାଇଭର ଗିରଫ

ମହଙ୍ଗା ପଡିଲା ମଦ ପିଇ ଗାଡି ଚାଳନା । ଗୋଟିଏ ରାତିରେ 4 ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢ଼ନ୍ତୁ

drunk drivers arrested in bhadrak
ଅମାନିଆ ହେଲେ ସାବାଡ, ମଦ ପିଇ ଗାଡ଼ି ଚଳାଇବା ଘଟଣାରେ 4 ଗିରଫ

By

Published : Apr 18, 2022, 9:59 AM IST

ଭଦ୍ରକ: ମହଙ୍ଗା ପଡିଲା ମଦ ପିଇ ଗାଡି ଚାଳନା । ଗୋଟିଏ ରାତିରେ 4 ଜଣଙ୍କୁ ଗିରଫ କରିଛି ପୋଲିସ । ଅମାନିଆ ଗାଡ଼ିଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଜୋରଦାର ଧରିଛି । ମଦ୍ୟପାନ କରି ଗାଡ଼ି ଚାଳନା ବିରୋଧରେ ଭଦ୍ରକ ଏମଭିଆଇ ପକ୍ଷରୁ ସ୍ବତନ୍ତ୍ର ଡ୍ରାଇଭ ଚାଲିଛି ।

ଅମାନିଆ ହେଲେ ସାବାଡ, ମଦ ପିଇ ଗାଡ଼ି ଚଳାଇବା ଘଟଣାରେ 4 ଗିରଫ

ସୂଚନା ଅନୁଯାୟୀ, ଗତକାଲି ରାତିରେ ଭଦ୍ରକ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଏମଭିଆଇ ପକ୍ଷରୁ ପୋଲିସ ସହଯୋଗ କ୍ରମେ ଗାଡ଼ିଚାଳକଙ୍କୁ ଯାଞ୍ଚ କରାଯାଇଥିଲା । ବାଇକ, 4 ଚକିଆ ଯାନ ସହିତ ଟ୍ରକ ଓ ବସ ଚାଳକ ମୋଟ 128 ଜଣକ ମଧ୍ୟରେ ଏପରି ଯାଞ୍ଚ ହୋଇଥିଲା । ସେଥିମଧ୍ୟରୁ 4 ଜଣ ମଦ ପିଇ ଗାଡ଼ିଚଳାଉଥିବାର ପ୍ରମାଣ ମିଳିଛି । ତେଣୁ ପୋଲିସ ଉକ୍ତ 4 ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଭଦ୍ରକ ଟାଉନ ଥାନା ଅଞ୍ଚଳର 2 ଜଣ ହୋଇଥିବାବେଳେ ସାବରଙ୍ଗ ଥାନାରୁ ଜଣେ ଏବଂ ତିହିଡି ଥାନା ଅଞ୍ଚଳରୁ ଜଣେ ମଦ ପିଇ ଥିବାର ପ୍ରମାଣ ମିଳିଛି । ସେମାନଙ୍କ ବ୍ୟବହୃତ ଯାନ ଜବତ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି । ତେବେ ଏନେଇ କୌଣସି ପୋଲିସ ଅଧିକାରୀଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇନାହିଁ ।

ଏଣିକି ଯେକୌଣସି ମୂହୁର୍ତ୍ତ ଓ କୌଣସି ସ୍ଥାନରେ ଲୋକଙ୍କୁ ଯାଞ୍ଚର ଶିକାର ହେବାକୁ ପଡିବ । ମଦ ପିଇଥିବାର ସାମାନ୍ୟ ସୁରାକ ମିଳିଲେ ମେସିନ ଜରିଆରେ ପାଇପକୁ ପାଟିରେ ପୂରାଇ ଯାଞ୍ଚ କରାଯିବ । ପ୍ରମାଣ ମିଳିଲେ ଗାଡ଼ି ଚାଳକଙ୍କୁ ଜେଲ ଦଣ୍ଡ ଭୋଗବାକୁ ପଡ଼ିବ । ଏଥିସହ ଗାଡ଼ିକୁ ଜବତ କରାଯିବ ଏବଂ କୋର୍ଟ ଆଦେଶ ମୁତାବକ ପଦକ୍ଷେପ ନିଆଯିବ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details