ଓଡିଶା

odisha

ETV Bharat / state

ଯାଦବ ଖେଳିଲେ ଲଉଡି ଖେଳ

ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରହାଟ ବାସନ୍ତୀ ପଡିଆରେ ମା’ ବାସନ୍ତୀ ମେଳନ କମିଟି ଆନୁକୂଲ୍ୟରେ ଗିରି ଗୋବର୍ଦ୍ଧନ ଯାଦବ ମହାସଂଘ ପକ୍ଷରୁ ପବିତ୍ର ଦୋଳ ମହୋତ୍ସବ ଉପଲକ୍ଷେ ଲଉଡି ଖେଳ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

ଯାଦବମାନଙ୍କ ପକ୍ଷରୁ ଲଉଡି ଖେଳ
ଯାଦବମାନଙ୍କ ପକ୍ଷରୁ ଲଉଡି ଖେଳ

By

Published : Mar 31, 2021, 7:41 AM IST

ଭଦ୍ରକ:ଦୋଳ ମହୋତ୍ସବ ଓ ହୋଲି ଉପଲକ୍ଷେ ଯାଦବମାନଙ୍କର ଲଉଡି ଖେଳ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରହାଟ ବାସନ୍ତୀ ପଡିଆରେ ମା’ ବାସନ୍ତୀ ମେଳନ କମିଟି ଆନୁକୂଲ୍ୟରେ ଗିରି ଗୋବର୍ଦ୍ଧନ ଯାଦବ ମହାସଂଘ ପକ୍ଷରୁ ପବିତ୍ର ଦୋଳ ମହୋତ୍ସବ ଉପଲକ୍ଷେ ଲଉଡି ଖେଳ ଅନୁଷ୍ଠିତ ହୋଇଯାଇଛି ।

ଯାଦବମାନଙ୍କ ପକ୍ଷରୁ ଲଉଡି ଖେଳ

ଏଥିରେ ଜୋରାଡିଆ, ସୁରେଶ୍ୱରପୁର, ମାଲପୁର, ଦୌଲତପୁର ଓ ବାମନବିନ୍ଧା ଗାଁର ଯାଦବମାନେ ଲଉଡି ଖେଳରେ କଳା ନୈପୁଣତା ପ୍ରଦର୍ଶନ କରିଥିଲେ । କୁନିକୁନି ପିଲାମାନେ କୃଷ୍ଣଙ୍କ ଛନ୍ଦରେ ତାଳ ଦେଇ ନୃତ୍ୟ ପରିବେଷଣ କରିବା ସହିତ ହାତରେ ବାଡି ଧରି ବିଭିନ୍ନ ସଂଗୀତରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଏକ ସଭା ହୋଇଥିଲା । ଯଦୁ ବଂଶରୁ ଜାତ ହୋଇଥିବାରୁ ସେମାନଙ୍କୁ ଯାଦବ କୁହାଯାଏ ।

ଗୋପାଳନ କରୁଥିବାରୁ ସେମାନଙ୍କ ହାତରେ ସବୁବେଳେ ବାଡି ଥାଏ । ଏହି ବାଡି ଖେଳ ଦ୍ୱାରା ଯାଦବମାନେ କୃଷ୍ଣଙ୍କୁ ଆରାଧନା କରିଥାନ୍ତି । ଯାହାକୁ ଲଉଡି ଖେଳ ବୋଲି କୁହାଯାଇଥାଏ । ଦୋଳ ପୂର୍ଣ୍ଣମୀ ଅବସରରେ ଯାଦବମାନେ ଲଉଡି ଖେଳି କୃଷ୍ଣଙ୍କ ଭକ୍ତ ବୋଲି ଜନମାନସକୁ ଜଣାଇଥାନ୍ତି । ଏହି ପରମ୍ପରା ଆଜିର ନୁହେଁ ଦ୍ୱାପର ଯୁଗରୁ ପ୍ରଚଳିତ ହୋଇଆସୁଅଛି । ଯାହାକୁ ନେଇ ଯାଦବମାନେ ଗର୍ବିତ । ଏହି ଲଉଡି ଖେଳକୁ ଉପଭୋଗ କରି ଦର୍ଶକମାନେ ବିମୋହିତ ହୋଇ ଯାଇଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିିଭି ଭାରତ

ABOUT THE AUTHOR

...view details