ଓଡିଶା

odisha

By

Published : May 1, 2023, 10:10 PM IST

ETV Bharat / state

ଜିଲ୍ଲା ପ୍ରଶାସନ ପାଳିଲା ବିଶ୍ବ ଶ୍ରମିକ ଦିବସ, ୭୨୩ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ

ଭଦ୍ରକ ଜିଲ୍ଲାରେ ପାଳିତ ହେଲା ବିଶ୍ବ ଶ୍ରମିକ ଦିବସ । ଏହି କାର୍ଯ୍ୟକ୍ରମରେ ଶିଶୁ ଶ୍ରମିକ ସମସ୍ୟା ସହିତ ଶ୍ରମିକମାନଙ୍କ ସ୍ବାର୍ଥ ରକ୍ଷା ନେଇ ବିଶେଷ ଆଲୋଚନା କରାଯାଇଛି । ଅଧିକ ପଢନ୍ତୁ

Etv Bharat
Etv Bharat

ଜିଲ୍ଲା ପ୍ରଶାସନ ପାଳିଲା ବିଶ୍ବ ଶ୍ରମିକ ଦିବସ

ଭଦ୍ରକ: ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶ୍ଵ ଶ୍ରମିକ ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଶିଶୁ ଶ୍ରମିକ ସମସ୍ୟା ସହିତ ଶ୍ରମିକମାନଙ୍କ ସ୍ବାର୍ଥ ରକ୍ଷା ନେଇ ବିଶେଷ ଆଲୋଚନା ହୋଇଥିଲା । ଏଥିସହ ମୃତ, ଆହତ ଏବଂ ଅନ୍ୟ ଯୋଗ୍ୟ ଶ୍ରମିକ ତଥା ଶ୍ରମିକଙ୍କ ପରିବାର ତଥା ହିତାଧିକାରୀମାନଙ୍କୁ ସେମାନଙ୍କ ବୀମା ରାଶି ବାବଦରେ ସହାୟତା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର, ଭଦ୍ରକ ଜିଲ୍ଲା ଶ୍ରମ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

1886 ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାର 'ହେ' ମାର୍କେଟଠାରେ ବିଶ୍ବ ଶ୍ରମଜୀବୀ ଶ୍ରେଣୀମାନେ ବିଶ୍ଵ ପୁଞ୍ଜିପତି ଶ୍ରେଣୀ ଲୋକଙ୍କ ବିରୁଦ୍ଧରେ ଲଢେଇ କରି ବିଜୟ ଲାଭ କରିଥିଲା । ହେଲେ ଏଥି ପୂର୍ବରୁ ପୁଞ୍ଜିପତି ଶ୍ରେଣୀ ଲୋକମାନଙ୍କ ବନ୍ଧୁକ ମୁନରେ ରକ୍ତ ରଞ୍ଜିତ ହୋଇଥିବା ଶ୍ରମିକ ଶ୍ରେଣୀର ରକ୍ତରେ ବିଜୟ ଲାଭ କରିଥିବା ଶ୍ରମିକ ଶ୍ରେଣି ଲୋକେ ସେମାନଙ୍କ ମୁଣ୍ଡରେ ବାନ୍ଧି ଥିବା ଧଳା ଗାମୁଛାଗୁଡିକୁ ମେ ମାସ 1 ତାରିଖ ଦିନ ବୁଡାଇ ସେମାନଙ୍କ ସ୍ବାଭିମାନର ସୂଚକ ଭାବେ ଐତିହାସିକ ଲାଲ ଝଣ୍ଡାକୁ ଜନ୍ମ ଦେଇଥିଲେ ଶ୍ରମଜୀବୀମାନେ। ଏଥିସହ ସେହି ଦିନଠାରୁ ବିଶ୍ବ ବ୍ୟାପି ଶ୍ରମିକ ଶ୍ରେଣୀ ମଇ ମାସ 1 ତାରିଖ ଦିନ ପାଳନ କରୁଛି ଆନ୍ତର୍ଜାତିକ ଶ୍ରମିକ ଦିବସ।

ଯାହାକୁ ମନେ ପକାଇ ରାଷ୍ଟ୍ର ତଥା ସମଗ୍ର ବିଶ୍ଵର ବିଭିନ୍ନ କ୍ଷେତ୍ରରେ ଶ୍ରମିକ ମାନଙ୍କ ତ୍ୟାଗ ଏବଂ ନିଷ୍ଠା ଅତୁଳନୀୟ ବୋଲି ବକ୍ତା ମାନେ ମତ ପ୍ରକାଶ କରିଛନ୍ତି। ତେଣୁ ସମସ୍ତ କାର୍ଯ୍ୟକ୍ରମ ରେ ଶ୍ରମିକ ମାନଙ୍କ ନ୍ୟାର୍ଯ୍ୟ ସ୍ଵାର୍ଥ ରକ୍ଷା ଦିଗରେ ମଧ୍ୟ ଆଲୋଚନା କରିଥିଲେ ବକ୍ତାମାନେ । ଏହି ଆନ୍ତର୍ଜାତିକ ଶ୍ରମିକ ଦିବସରେ ଶ୍ରମିକ ଶ୍ରେଣୀ 5 ଘଣ୍ଟା କାମ କରିବାର ଅଧିକାର ପାଇଥିଲା । ସମ୍ପ୍ରତି ଦେଶର ଅର୍ଥନୈତିକ ବୈଷମ୍ୟତା ବିରୁଦ୍ଧରେ ଓ ଶ୍ରମିକଙ୍କ ଅଧିକାର, ଆମ ଦେଶର ଏକତା, ଭାଇଚାରା, ଅଖଣ୍ଡତା , ଗଣତନ୍ତ୍ର ଓ ସାର୍ବଭୌମତ୍ବର ସୁରକ୍ଷା ପାଇଁ ଏହି ଐତିହାସିକ ମେ ପହିଲାରେ ଶ୍ରମିକମାନେ ଶପଥ ନେଇଥିଲେ। ଦେଶର ପ୍ରଗତି ପାଇଁ ଶ୍ରମିକମାନଙ୍କ ଅବଦାନ ଅତୁଳନୀୟ ବୋଲି ଆଜିର ଦିନରେ ମତପ୍ରକାଶ ପାଇଛି।

ଏହା ବି ପଢନ୍ତୁ- ସାତ ମାସ ପରେ ଲୁଟ୍‌ ଘଟଣାର ପର୍ଦ୍ଦଫାସ କଲା ପୋଲିସ, 30 ଲକ୍ଷର ଅଳଙ୍କାର ଜବତ

ଏଥିସହ ଅନୁଷ୍ଠିତ ଏହି ଭଦ୍ରକ ଜିଲ୍ଲାସ୍ତରୀୟ ବିଶ୍ବ ଶ୍ରମିକ ଦିବସ ପାଳନ ଅବସରରେ ବହୁ ଶ୍ରମିକମାନଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି । ସୂଚନା ଅନୁଯାୟୀ ଆଜି ଏହି କାର୍ଯ୍ୟ କ୍ରମରେ ବିଭିନ୍ନ ଯୋଜନାରେ ସମୁଦାୟ 723 ଜଣ ହିତାଧିକାରୀମାନଙ୍କୁ ସମୁଦାୟ 2 କୋଟି 30 ଲକ୍ଷ 91 ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବା ସହିତ ସମୁଦାୟ 67 ଜଣଙ୍କୁ ପରିଚୟ ପତ୍ର ବଣ୍ଟନ କରାଯାଇଛି । ଏଥି ମଧ୍ୟରେ ଓଡ଼ିଶା କୋଠା ଓ ଅନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଜରିଆରେ ଶିକ୍ଷା ପାଇଁ 487 ହିତାଧିକରୀ ମାନଙ୍କୁ 35,73,000, ବିବାହ ପାଇଁ 146 ଜଣଙ୍କୁ 67,50,000, ମୃତ୍ୟୁ କ୍ଷତିପୂରଣ ବାବଦ 58 ଜଣଙ୍କୁ 1,13,00000, ଅନ୍ତିମ ସଂସ୍କାର ପାଇଁ 10 ଜଣଙ୍କୁ 50,000 ଦିଆଯାଇଛି ।

ସେହିପରି ମାତୃତ୍ଵ ପାଇଁ 12 ଜଣଙ୍କୁ 1,18000, ସମୁଦାୟ 714 ଜଣ ହିତାଧୁକାରୀଙ୍କୁ 2,17,91,000 ଟଙ୍କା ପ୍ରଦାନ କରାଯାଇଛି ଏବଂ 50 ଜଣଙ୍କୁ ପରିଚୟ ପତ୍ର ବଣ୍ଟନ କରାଯାଇଛି। ସେହିପରି ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ଯୋଜନାରେ 13 ଜଣ ହିଧାଧ୍ୟାକାରୀଙ୍କୁ ମୃତ୍ୟୁ ଜନିତ ସହାୟତା ପାଇଁ 1 ଲକ୍ଷ ଲେଖାଏଁ ସମୁଦାୟ 13 ଜଣଙ୍କୁ 13 ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ଏବଂ 17 ଜଣଙ୍କୁ ଶ୍ରମିକ ପରିଚୟ ପତ୍ର ବଣ୍ଟନ କରାଯାଇଛି।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details