ଓଡିଶା

odisha

ETV Bharat / state

ନବ ନିର୍ବାଚିତ ଜିଲ୍ଲା ବିଜେପି ସଭାପତିଙ୍କୁ ସମ୍ବର୍ଦ୍ଧନା - District BJP President felicitated

ନବ ନିର୍ବାଚିତ ଭଦ୍ରକ ଜିଲ୍ଲା ବିଜେପି ସଭାପତି ହେମନ୍ତ ପାଢୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି ।

bhadrak
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

By

Published : Dec 23, 2019, 6:40 AM IST

ଭଦ୍ରକ: ସହରାଞ୍ଚଳ ସ୍ଥିତ ଭାଗବତ କଲ୍ୟାଣ ମଣ୍ଡପରେ ନବ ନିର୍ବାଚିତ ଜିଲ୍ଲା ସଭାପତି ହେମନ୍ତ ପାଢୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ ଏହି ସଭାରେ ଦଳୀୟ କର୍ମୀ ଓ ସଂଗଠନ ମାନଙ୍କ ଦ୍ବାରା ନୂତନ ସଭାପତିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ


ଭଦ୍ରକ ମଣ୍ଡଳ ବିଜେପି ସଭାପତି ଗୋପାଳ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ଭଦ୍ରକ ନିର୍ବାଚନମଣ୍ଡଳୀର ବିଜେପି କର୍ମୀ ଯୋଗ ଦେଇଥିଲେ । ଦଳୀୟ ଏକତା ଓ କେନ୍ଦ୍ରୀୟ ଯୋଜନାକୁ ନେଇ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ତାଙ୍କ ମୂଳ ଲକ୍ଷ୍ୟ ହେବ ବୋଲି ନବନିର୍ବାଚିତ ଜିଲ୍ଲା ସଭାପତି ହେମନ୍ତ ପାଢୀ କହିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details