ଓଡିଶା

odisha

ETV Bharat / state

ଧାମରା ବନ୍ଦର ରେଳପଥ ସଂପ୍ରସାରଣକୁ ବିରୋଧ, ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ - ଧାମରା ବନ୍ଦର ରେଳପଥ ସଂପ୍ରସାରଣକୁ ବିରୋଧ

ଧାମରା ବନ୍ଦରର ରେଳପଥ ସଂପ୍ରସାରଣ କରୁଥିବା ରେଳପଥ ନିର୍ମାଣକାରୀ ଠିକାଦାର ସଂସ୍ଥା ବିରୋଧରେ ତେଜିଲେ ଗ୍ରାମବାସୀ। କମ୍ପାନୀର ଶୋଷଣ ନୀତି ବିରୋଧରେ ମୁହଁ ଖୋଲିଛନ୍ତି ଲୋକେ। ଅଧିକ ପଢନ୍ତୁ

Dhamra port railway construction work oppose by villagers
ଧାମରା ବନ୍ଦର ରେଳପଥ ସଂପ୍ରସାରଣକୁ ବିରୋଧ, ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ

By

Published : Nov 30, 2021, 5:48 PM IST

ଭଦ୍ରକ:ଧାମରା ବନ୍ଦରର ରେଳପଥ ସଂପ୍ରସାରଣ କରୁଥିବା ରେଳପଥ ନିର୍ମାଣକାରୀ ଠିକାଦାର କେଇସି ବିରୋଧରେ ତେଜିଲେ ଗ୍ରାମବାସୀ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରହାଟ ଥାନା ଅନ୍ତର୍ଗତ ମଙ୍ଗଳପୁର ନିକଟରେ ରେଳପଥ ନିର୍ମାଣ କରୁଥିବା ଉକ୍ତ କମ୍ପାନୀର ଗାଡି ଚଳାଚଳକୁ ସ୍ଥାନୀୟ ଲୋକଙ୍କ ପକ୍ଷରୁ ବିରୋଧ କରାଯାଇଛି । କମ୍ପାନୀର ଶୋଷଣ ନୀତି ବିରୋଧରେ ମୁହଁ ଖୋଲିଛନ୍ତି ଲୋକେ ।

ଧାମରା ବନ୍ଦର ରେଳପଥ ସଂପ୍ରସାରଣକୁ ବିରୋଧ, ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ

ମଙ୍ଗଳପୁର-କମାରିଆ ରାସ୍ତାରେ କମ୍ପାନୀର ଅନେକ ଭାରିଯାନ ଚଳାଚଳ କରୁଥିବାରୁ ରାସ୍ତାର ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇ ପଡିଛି । ଗ୍ରାମବାସୀଙ୍କ ସହିତ କୌଣସି ପ୍ରାକ ଆଲୋଚନା ନକରି ରେଳପଥ ନିର୍ମାଣ କରୁଥିବା 2ଟି କମ୍ପାନୀ ଏହି ରାସ୍ତାରେ ମାଲ ପରିବହନ କରୁଛନ୍ତି । ଯାହାକି ଅଣଓସାରିଆ ରାସ୍ତାରେ କମ୍ପାନୀ ପକ୍ଷରୁ ଭାରି ମାଲ ବୋଝେଇ ଗାଡି ଚଳାଚଳ କରୁଥିବାରୁ ବିପଦ ସୃଷ୍ଟି କରୁଛି । ଛୋଟ ଛୋଟ ପିଲାମାନଙ୍କ ସମେତ ବୃଦ୍ଧ, ବୃଦ୍ଧା ଏପରିକି ମହିଳାମାନେ ଏହି ରାସ୍ତାରେ ଯିବାକୁ ଭୟ କଲେଣି । ରାସ୍ତାର କ୍ଷମତା ଠାରୁ ଅଧିକ ଭାରିଯାନ ଚଳାଚଳ କରୁଥିବାରୁ ରାସ୍ତାଟି ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ବସିଲାଣି । ନିର୍ମାଣ କମ୍ପାନୀକୁ ବାରମ୍ବାର ଅବଗତ କରିବା ସତ୍ତ୍ବେ ମଧ୍ୟ ସେମାନେ ଶୁଣୁନଥିବା ଏବଂ ଗ୍ରାମବାସୀଙ୍କୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି। ନିର୍ମାଣ କମ୍ପାନୀ ରେଳପଥ ପରିସରରେ ମିକଶ୍ଚର ପ୍ଲାଣ୍ଟ ସ୍ଥାପିତ କରିବା ସହିତ କମାରିଆ ମଙ୍ଗଳପୁର ରାସ୍ତା ଦେଇ ଉକ୍ତ ପ୍ଲାଣ୍ଟକୁ ଯିବା ଆସିବା କରୁଛି । ରାସ୍ତାର ବିଭିନ୍ନ ସ୍ଥାନରେ ଖାଲ ଖମା ହେବା ଦ୍ୱାରା ଲୋକଙ୍କ ଯାତାୟତରେ ସମସ୍ୟା ସୃଷ୍ଟି ହେଉଛି ଏବଂ ସଂଧ୍ୟା ହେଲେ ଲୋକେ ଏହି ରାସ୍ତା ଦେଇ ଯିବାକୁ ଭୟ କଲେଣି ।

ଏହି ରାସ୍ତା ଉପରେ ମଙ୍ଗଳପୁର, ତଳମୂଷାଙ୍ଗ, କନାଟିଆ, ଶଙ୍କରପୁର, ବାଇପୁର, ଦୋହରାସାହି, ବାହାବଳପୁର, ପୋଖରୀସାହି ଗ୍ରାମ ସହିତ ତିହିଡି ଓ ବାସୁଦେବପୁର ବ୍ଲକକୁ ସଂଯୋଗ କରୁଥିବାରୁ ଅନ୍ୟାନ୍ୟ ବହୁ ପଞ୍ଚାୟତବାସୀ ଏହି ପ୍ରମୁଖ ରାସ୍ତା ଉପରେ ନିର୍ଭର କରିଥାନ୍ତି । କମ୍ପାନୀର ଖାମଖିଆଲି ମନୋବୃତ୍ତି ଓ ଶୋଷଣକୁ ଦୃଷ୍ଟିରେ ରଖି ସ୍ଥାନୀୟ ବାସିନ୍ଦା ଦୁଇ ମାସ ତଳେ ମଙ୍ଗଳପୁରପୁର ଲେବୁଲ୍ କ୍ରସିଂ ନିକଟରେ ବାଡ ପୋତି ଅବରୋଧ କରିବା ସହିତ ଏହି ରାସ୍ତା ଉପରେ ନିର୍ମାଣ କମ୍ପାନୀର ଯାନବାହାନ ଚଳାଚଳ ବନ୍ଦ କରିଥିଲେ। ତେବେ କମ୍ପାନୀ ଓ ପ୍ରଶାସନ ହସ୍ତକ୍ଷେପ କରି ବିହିତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇ ପ୍ରତାରଣା କରିଥିବାରୁ ପୁଞ୍ଜିଭୁତ ଅସନ୍ତୋଷ ଉଗ୍ରରୂପ ନେଇଥିବା ଜଣାପଡିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details