ଭଦ୍ରକ:ଗଣମାଧ୍ୟମ ତଥା ଏକ ନ୍ୟୁଜ ଚ୍ୟାନେଲରେ ବିବୃତ୍ତି ରଖି ଅଡୁଆରେ ପଡ଼ିଛନ୍ତି ଧାମନଗର ବିଧାୟକ ତଥା ରାଜ୍ୟ ବିରୋଧୀ ଦଳ ଉପନେତା ବିଷ୍ଣୁସେଠୀ । ଏ ବାବଦରେ ସ୍ପଷ୍ଟୀକରଣ ରଖି ସେଠୀ କହିଛନ୍ତି ଯେ ସେ କେବେ ବି 2024 ନିର୍ବାଚନରେ ପୁଣି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ ବୋଲି କହି ନାହାନ୍ତି । ପରନ୍ତୁ ସମ୍ପୃକ୍ତ ନ୍ୟୁଜ ଚ୍ୟାନେଲ ତାଙ୍କ ବିବୃତ୍ତିକୁ ଅତିରଞ୍ଜିତ କରି ପ୍ରସାରିତ କରିଛି ।
ଗଣମାଧ୍ୟମ ସହିତ କଥୋପକଥନ ମାଧ୍ୟମରେ ସେ ତାଙ୍କ ଦଳ ତୃଣମୂଳ ସ୍ତରରେ ମଜବୁତ ନଥିବା କଥା କହିଥିଲେ। ତେବେ 2024 ଫଳାଫଳକୁ ନେଇ କୌଣସି ପୂର୍ବାନୁମାନ କରି ନାହାନ୍ତି । ସେହିଭଳି ଏହି ପ୍ରସଙ୍ଗରେ ସମ୍ପୃକ୍ତ ଚ୍ୟାନେଲ ବିରୁଦ୍ଧରେ ସେ ଆଇନର ଆଶ୍ରୟ ନେଇ ପାରନ୍ତି ବୋଲି କହିଥିଲେ । ତେବେ ବିଷ୍ଣୁ ବିରୋଧୀ ଦଳ ଉପନେତା ନିର୍ବାଚିତ ହେବା ପରେ ବିଭିନ୍ନ ସମୟରେ ଶାସକ ବିଜେଡି ବିରୁଦ୍ଧରେ ବିବୃତ୍ତି ରଖି ସର୍ବଦା ଚର୍ଚ୍ଚିତ ହୋଇ ଆସିଥାନ୍ତି ।