ଭୁବନେଶ୍ବର: ଧାମନଗର ଉପନିର୍ବାଚନ ପ୍ରଚାର ନେଇ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ତେର୍ଛା ବାଣ । ଧାମନଗର ଉପନିର୍ବାଚନ ପାଇଁ ଜୋର ଧରିଲା ତାତି । ବିଜେଡି ବିଜେପି ପକ୍ଷରୁ କ୍ୟାମ୍ପେନକୁ ଜୋରଦାର କରାଯାଇଛି । ପୋଷ୍ଟର ବ୍ୟାନର ଘରେ ଘରେ ପ୍ରଚାରକୁ ନେଇ ଜୋରଦାର କରିଛନ୍ତି ।
Dhamnagar ByPoll: ଲିଷ୍ଟରେ ନାଁ ଥିଲେ ପ୍ରଚାର କରିବାକୁ ଯିବି: ତାରା ସେପଟେ କଂଗ୍ରେସ ପଛରେ ପଡିଯାଇଛି । ତେବେ କଂଗ୍ରେସ ପିସିସି ସଭାପତି ଦିଲ୍ଲୀ ଗସ୍ତରେ ଥିବାରୁ କଂଗ୍ରେସର ପ୍ରଚାର ଆରମ୍ଭ ହୋଇପାରିନାହିଁ । ଧାମନଗର ଉପନିର୍ବାଚନରେ କଂଗ୍ରେସର ପ୍ରସ୍ତୁତିକୁ ନେଇ ତାରା କହିଛନ୍ତି କଂଗ୍ରେସ ନେତା ମୁହଁ ଦେଖେଇବାକୁ ଯିବେ । ସଭାପତି ଆମର ଦିଲ୍ଲୀରେ ଅଛନ୍ତି । ସମସ୍ତେ କିଛି କିଛି ଅର୍ଥ ଦିଅନ୍ତୁ । ପୋଷ୍ଟର ବ୍ୟାନର ଲାଗୁ । ଖର୍ଚ୍ଚ ହେଉ । ମୋର ଲିଷ୍ଟରେ ନାଁ ଅଛି କି ନାହିଁ ଜାଣିନି । ମତେ ଫୋନ ଆସିନି । ଲିଷ୍ଟ ରେ ନାଁ ଥିଲେ ଯିବି ପ୍ରଚାର କରିବାକୁ ବୋଲି ତାରା କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ:Dhamnagar Bypoll: ଖୁବଶୀଘ୍ର ଧାମନଗରରେ କଂଗ୍ରେସ ପାଇଁ ଭୋଟ ଭିକ୍ଷା କରିବେ ସୁର ଓ ସାଲୁଜା
ଧାମନଗର ଉପନିର୍ବାଚନ ପାଇଁ ହାତରେ ଆଉ ଦିନ କେଇଟା ବାକି ରହିଲା । ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ସହ ସ୍ବାଧୀନ ପ୍ରାର୍ଥୀ ଏହି ଆସନ ହାତେଇବାକୁ ଅଣ୍ଟା ଭିଡି଼ଲେଣି । ବିଜେଡି, ବିଜେପି ଓ କଂଗ୍ରେସ ଧାମନଗର ଉପ ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛନ୍ତି । କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରେ ୩୦ ଜଣ ସାମିଲ ହୋଇଛନ୍ତି । କଂଗ୍ରେସ ରାଜ୍ୟ ପ୍ରଭାରୀ ଏ. ଚେଲ୍ଲା କୁମାର, ରୁଦ୍ର ରାଜୁ, ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ଦଳ ନେତା ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, ଭକ୍ତ ଦାସଙ୍କ ସହ ବହୁ ବିଧାୟକ ଓ ବରିଷ୍ଠ ନେତାଙ୍କୁ ସାମିଲ କରାଯାଇଛି । କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରେ ବିଧାୟକ ସୁର ରାଉତରାୟ ଓ ସନ୍ତୋଷ ସିଂ ସାଲୁଜା ରହିଛନ୍ତି । ଉଭୟ ବିଧାୟକ ଧାମନଗର ଗସ୍ତ କରି କଂଗ୍ରେସ ପାଇଁ ଭୋଟ ଭିକ୍ଷା କରିବେ । କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଥିଲେ, "କଂଗ୍ରେସ ଦଳ ସଭାପତି ଧାମନଗର ନିର୍ବାଚନ ପାଇଁ ରୋଡମ୍ୟାପ୍ କରିଛନ୍ତି । ୬ଟି ଜିଲ୍ଲା ପରିଷଦ ଜୋନ୍ରେ ୬ ଜଣ ବିଧାୟକ ରହିବେ । ସବୁ ପଞ୍ଚାୟତରେ ଦୁଇ ଦୁଇ ଜଣ କଂଗ୍ରେସ କର୍ମୀ ରହିବେ । ମହିଳା କଂଗ୍ରେସ ଯାଇ ଜୋରଦାର ପ୍ରଚାର କରିବ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦୁର୍ନୀତି ବିଷୟରେ ଲୋକଙ୍କୁ ଜଣାଇବ ।"
ଇଟିଭି ଭାରତ, ଭୁବନେଶ୍ବର