ଭୁବନେଶ୍ବର: ଧାମନଗର ଉପନିର୍ବାଚନ (Dhamnagar ByPoll ) ନେଇ ପ୍ରକ୍ରିୟା ଜାରି ରହିଥିବାବେଳେ ବିଭିନ୍ନ ରାଜନୈତିକ ଦଳ ବେଆଇନ କାର୍ଯ୍ୟ କରୁଥିବା ନେଇ ଅଭିଯୋଗ ଆସିଛି । ଆଦର୍ଶ ଆଚରଣ ବିଧି ଉଲଂଘନ ନେଇ ପରସ୍ପର ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି ରାଜନୈତିକ ଦଳ । ସଂସ୍ଥା ଓ ସରକାରୀ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆସିଥିବା ସିଇଓ ସୁଶୀଲ କୁମାର ଲୋହାନି ସୂଚନା ଦେଇଛନ୍ତି । ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଏହା ପ୍ରକାଶ ପାଇଛି ବୋଲି ସେ କହିଛନ୍ତି ।
ସିଇଓଙ୍କ ସୂଚନା ଅନୁସାରେ କିଛି ସାଧାରଣ ଅଭିଯୋଗ ଆସୁଛି । ଯେଉଁଥିରେ ନିର୍ଦ୍ଧିଷ୍ଟ ତର୍ଜମା କରିବାର କିଛି ନଥାଏ । ଯେତେବେଳେ କିଛି ନିର୍ଦ୍ଧିଷ୍ଟ ତର୍ଜମା କରିବା ପରି ନଥାଏ, ତାହାକୁ ଜିଲ୍ଲାପାଳଙ୍କ ପାଖକୁ ପଠାଯାଏ । ଏଭଳି ଅଭିଯୋଗ ଉପରେ ନିଜର ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଏ । ନିର୍ଦ୍ଦିଷ୍ଟ ଭାବରେ କାହା ବିରୋଧରେ ଅଭିଯୋଗ ଆସିଲେ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଏ । ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ । ନିର୍ବାଚନ କମିଶନଙ୍କ ଗାଇଡ଼ ଲାଇନ ଅନୁସାରେ ଆଦର୍ଶ ଆଚରଣ ବିଧି ଉଲଂଘନ ଅଭିଯୋଗର 48 ଘଣ୍ଟା ଭିତରେ କାର୍ଯ୍ୟାନୁଷ୍ଠାନ ନିଆଯାଏ । 2 ଟି ନିର୍ଦ୍ଧିଷ୍ଟ ଅଭିଯୋଗ ଆସିଥିବା ସିଇଓ ସୂଚନା ଦେଇଛନ୍ତି ।
ଏହା ସୋସିଆଲ ମିଡ଼ିଆ, ବୈଦ୍ୟୁତିକ ମିଡ଼ିଆ ଓ ପ୍ରିଣ୍ଟ ମିଡିଆରେ ପ୍ରକାଶ ପାଇଛି । ନିର୍ଦ୍ଧିଷ୍ଟ ଭାବେ ନାଁ ନନେଇ ବିଜେପି କରିଥିବା ଅଭିଯୋଗ ନେଇ ସିଇଓ ସୂଚନା ଦେଇଛନ୍ତି । ବିଜେପି ପକ୍ଷରୁ ଏକ ଭିଡ଼ିଓ କ୍ଲିପିଙ୍ଗ ସିଇଓଙ୍କୁ ଦିଆଯାଇଥିଲା । ଏହାକୁ ସିଇଓଙ୍କ ପକ୍ଷରୁ ତର୍ଜମା କରାଯାଇଛି । ଦୁଇ ଜଣ ମହିଳାଙ୍କ ମଧ୍ୟରେ କଥାବାର୍ତ୍ତାର ଫୁଟେଜ ଥିଲା । କେଉଁ ସ୍ଥାନର ଏହି ଭିଡିଓ ଉତ୍ତୋଳନ ହୋଇଥିଲା ଜଣାପଡୁନଥିଲା । ଅଧିକ ତଥ୍ୟ ଲାଗି ଉକ୍ତ ରାଜନୈତିକ ଦଳର ସହଯୋଗ ଲୋଡ଼ିଥିଲେ ସିଇଓ କାର୍ଯ୍ୟାଳୟ । ଉଚିତ ସହଯୋଗ ମିଳିନଥିଲେ ବି ସିଇଓଙ୍କ ପକ୍ଷରୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇଛି । ଦୁଇ ମହିଳା କିଏ, କେଉଁଠି ଅଛନ୍ତି ବୋଲି ଜଣାପଡିଛି । ତାଙ୍କୁ ଚିହ୍ନଟ କରାଯାଇଛି ।