ଓଡିଶା

odisha

By

Published : Oct 30, 2019, 2:56 PM IST

ETV Bharat / state

ଭଦ୍ରକରେ ଭଦ୍ରକାଳୀଙ୍କ 'ସିଂହବାହିନୀ ବେଶ'

ମହାଆଡମ୍ବର ସହ ଭଦ୍ରକରେ ଚାଲିଛି ମା ଭଦ୍ରକାଳୀଙ୍କ ପୂଜାର୍ଚ୍ଚନା । ସପ୍ତମାତୃକା ବେଶର ଚତୁର୍ଥ ଦିନରେ ମା’ ସିଂହବାହିନୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି ମା ଭଦ୍ରକାଳୀ ।

ମା ଭଦ୍ରକାଳୀଙ୍କ 'ସିଂହବାହିନୀ ବେଶ'

ଭଦ୍ରକ: ମହାଆଡମ୍ବର ସହ ଭଦ୍ରକରେ ଚାଲିଛି ମା ଭଦ୍ରକାଳୀଙ୍କ ପୂଜାର୍ଚ୍ଚନା । ଏହି ଅବସରରେ ଭଦ୍ରକର ମା ଭଦ୍ରକାଳୀଙ୍କ ସପ୍ତମାତୃକା ବେଶ ଅନୁଷ୍ଠିତ ହୋଇଥାଏ । ସପ୍ତମାତୃକା ବେଶର ଚତୁର୍ଥ ଦିନରେ ମା’ ସିଂହବାହିନୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି ।

ମା'ଙ୍କ ଏହି ବେଶ ଦର୍ଶନ କଲେ ଅପାର କରୁଣା ଲାଭ ହେବା ସହ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ଵାସ ରହିଛି । ପରମ ବୈଷ୍ଣବୀ ମା' ଭଦ୍ରକାଳୀଙ୍କ ଏହି ବେଶ ଦର୍ଶନ କରିବାକୁ ଶକ୍ତିପୀଠରେ ବହୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗୁଥିବା ଦେଖିବାକୁ ମିଳୁଛି ।

ଭକ୍ତମାନେ ଧାଡି ବାନ୍ଧି ଧୂପ, ଦୀପ, ଭୋଗ ଲଗାଇ ମା’ଙ୍କର ଆଶୀର୍ବାଦ ଭିକ୍ଷା କରିଛନ୍ତି । ଏହି ପୀଠରେ ମାଙ୍କୁ ଦୁର୍ଗତୀ ନାଶିନୀ ସିଂହବାହିନୀ ବେଶରେ ପୂଜା କରାଯାଇଛି । ନାଲିପାଟ ବସ୍ତ୍ର ପରିଧାନ କରି ସ୍ବର୍ଣ୍ଣ,ରୌପ୍ୟ ଓ ଅଳଙ୍କାରରେ ଭୂଷିତା ହୋଇଛନ୍ତି ମା ଭଦ୍ରକାଳୀ । ଆସନ୍ତାକାଲି ମା'ଙ୍କର ଜଗଦ୍ଧାତ୍ରୀ ବେଶ ଅନୁଷ୍ଠିତ ହେବ । ଏନେଇ ମା'ଙ୍କ ସେବାୟତ ଓ କିଛି ଶ୍ରଦ୍ଧାଳୁଙ୍କ ସହ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା...

ଭଦ୍ରକାଳୀଙ୍କ 'ସିଂହବାହିନୀ ବେଶ'

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details