ଓଡିଶା

odisha

ETV Bharat / state

ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେଲେ ମା' ଭଦ୍ରକାଳୀ - Devotees Seek Blessings In Bhadrakali Temple

ମା'ଙ୍କ ଏହି ବେଶ ଦର୍ଶନ କଲେ ଅପାର କରୁଣା ଲାଭ ହେବା ସହ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ଵାସ ରହିଛି।

ଭକ୍ତଙ୍କୁ ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେଲେ ମା'

By

Published : Oct 29, 2019, 11:54 AM IST

ଭଦ୍ରକ : ଦୀପାବଳିରୁ ଆରମ୍ଭ ହୋଇଥିବା କାଳୀପୂଜା ପାଇଁ ମହା ଆଡମ୍ବର ସହ ମନ୍ଦିରରେ ଚାଲିଛି ପୂଜାର୍ଚ୍ଚନା । ଏହି ଅବସରରେ ଭଦ୍ରକର ମା ଭଦ୍ରକାଳୀଙ୍କ ସପ୍ତମାତୃକା ବେଶ ଅନୁଷ୍ଠିତ ହୋଇଥାଏ । ମଙ୍ଗଳବାର ତୃତୀୟ ଦିନରେ ମା ଭକ୍ତଙ୍କୁ ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେଉଛନ୍ତି ।

ମା'ଙ୍କ ଏହି ବେଶ ଦର୍ଶନ କଲେ ଅପାର କରୁଣା ଲାଭ ହେବା ସହ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ଵାସ ରହିଛି । ପରମ ବୈଷ୍ଣବୀ ମା' ଭଦ୍ରକାଳୀଙ୍କ ଏହି ବେଶ ଦର୍ଶନ କରିବାକୁ ଶକ୍ତିପୀଠରେ ବହୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗୁଥିବା ଦେଖିବାକୁ ମିଳୁଛି ।

ଭକ୍ତଙ୍କୁ ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେଲେ ମା'

ସକାଳ ପ୍ରାୟ 9 ଟା ସମୟରେ ପହଡ ଖୋଲିଵା ପରେ ମାଆଙ୍କ ନୀତିକାନ୍ତି ଆରମ୍ଭ ହୋଇଛି। ଦିନ ଯେମିତି ବଢିବ ଶ୍ରଦ୍ଧାଳୁଙ୍କ ସଂଖ୍ୟା ମଧ୍ୟ ବଢିବ। କିଭଳି ରହିଛି ମନ୍ଦିର ପରିସର , ଏ ନେଇ ମାଙ୍କ ସେବାୟତ ଓ କିଛି ଶ୍ରଦ୍ଧାଳୁଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details