ଓଡିଶା

odisha

ETV Bharat / state

ପୁଣି ମାତିଲେ ସାରଥି ଭକ୍ତ, ଭଦ୍ରକ ମଠସାହିରେ ସତସଙ୍ଗ

ସର୍ତ୍ତମୂଳକ ଜାମିନରେ ଅଛନ୍ତି ବିବାଦୀୟ ବାବା ସାରଥୀ । ଭଦ୍ରକ ପୌରାଞ୍ଚଳରେ ମଠସାହିରେ ତାଙ୍କର ଭକ୍ତମାନେ ସତସଙ୍ଗ କାର୍ଯ୍ୟକ୍ରମ କରୁଥିବା ଏକ ଘଟଣା ସାମ୍ନାକୁ ଆସିଛି ।

By

Published : Oct 10, 2019, 10:00 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ପୌରାଞ୍ଚଳର ମଠ ସାହି ଗ୍ରାମର ଏକ ପରିବାରରେ ସତସଙ୍ଗ କାର୍ଯ୍ୟକ୍ରମ କରାଯାଇଛି । ତେବେ ଆତ୍ମଘୋଷିତ ବାବା ସାରଥୀଙ୍କ ଜାମିନ ମଞ୍ଜୁର ପରେ ତାଙ୍କର ଭକ୍ତ ମାନେ ଏବେ ପୁଣି ଚିରାଚରିତ ଢଙ୍ଗରେ ସତସଙ୍ଗ ଆରମ୍ଭ କରିଥିବା ଅଭିଯୋଗ ହୋଇଛି। ପ୍ରକାଶ ଯେ, ସର୍ତ୍ତମୂଳକ ଜାମିନରେ ଅଛନ୍ତି ବିବାଦୀୟ ବାବା ସାରଥୀ ।

ସାରଥି ବାବା ଭକ୍ତଙ୍କ ସତସଙ୍ଗ କାର୍ଯ୍ୟକ୍ରମ


ଭଦ୍ରକ ପୌରାଞ୍ଚଳ ଅନ୍ତର୍ଗତ ମଠ ସାହି ଗ୍ରାମରେ ଥିବା ଏକ ପରିବାରରୁ ଏହିପରି ଏକ ଘଟଣା ସାମ୍ନାକୁ ଆସିଛି । ଏନେଇ ସୂଚନା ପାଇ ଭଦ୍ରକ ଟାଉନ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରିଥିଲା ।

ଏହା ପରେ ବାହାର ଲୋକଙ୍କୁ ନେଇ ସତସଙ୍ଗ ନକରିବାକୁ ଏହି ପରିବାର ସଦସ୍ୟମାନଙ୍କୁ ପରାମର୍ଶ ଦେଇଛି ପୋଲିସ । ଏନେଇ ପୋଲିସ କିମ୍ବା ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details