ଓଡିଶା

odisha

By

Published : Dec 2, 2020, 3:47 PM IST

Updated : Dec 2, 2020, 5:04 PM IST

ETV Bharat / state

ପରୀ ପାଇଁ ନ୍ୟାୟ: ସିବିଆଇ ତଦନ୍ତ ଦାବି କଲା ଓଡିଶା ସୂଚନା ଅଧିକାର ଅଭିଯାନ

ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କଲା ଓଡିଶା ସୂଚନା ଅଧିକାର ଅଭିଯାନ। ନୟାଗଡ଼ର ପରୀ ହତ୍ୟାକାଣ୍ଡରେ ଦୋଷୀକୁ ଦଣ୍ଡ ଓ ପରୀ ହତ୍ୟାକାଣ୍ଡ ଘଟଣାର ସିବିଆଇ ତଦନ୍ତ ଦାବି । ଅଧିକ ପଢନ୍ତୁ...

demands-cbi-inquiry-in-pari-murder-case
ପରୀ ପାଇଁ ନ୍ୟାୟ: ସିବିଆଇ ତଦନ୍ତ ଦାବି କଲା ଓଡିଶା ସୂଚନା ଅଧିକାର ଅଭିଯାନ

ଭଦ୍ରକ: ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କଲା ଓଡିଶା ସୂଚନା ଅଧିକାର ଅଭିଯାନ। ନୟାଗଡ଼ର ପରୀ ହତ୍ୟାକାଣ୍ଡରେ ଦୋଷୀକୁ ଦଣ୍ଡ ଓ ପରୀ ହତ୍ୟାକାଣ୍ଡ ଘଟଣାର ସିବିଆଇ ତଦନ୍ତ ଦାବି ।

ପରୀ ପାଇଁ ନ୍ୟାୟ: ସିବିଆଇ ତଦନ୍ତ ଦାବି କଲା ଓଡିଶା ସୂଚନା ଅଧିକାର ଅଭିଯାନ

ଓଡିଶା ସୂଚନା ଅଧିକାର ଅଭିଯାନ ତଥା ଓସାର ଭଦ୍ରକ ଶାଖା ତରଫରୁ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ନୟାଗଡ଼ର ପରୀ ହତ୍ୟାକାଣ୍ଡରେ ମନ୍ତ୍ରୀ ଅରୁଣ ସାହୁ ଓ ତାଙ୍କ ସହଯୋଗୀ ବାବୁଲି ନାୟକଙ୍କ ସମ୍ପୃକ୍ତିକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଥିବା ବେଳେ, ଏବେ ରାଜ୍ୟର ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ କରାଯାଉଛି ।

ଏହି କ୍ରମରେ ଭଦ୍ରକ ଜିଲ୍ଲା ସୂଚନା ଅଧିକାରୀ କର୍ମୀମାନେ ପରୀକୁ ନ୍ୟାୟ ଦାବି କରିବା ସହ ବିଭିନ୍ନ ସ୍ଲୋଗାନ ଦେଇ ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଯାଉ ବୋଲି ଦାବି କରିଛନ୍ତି । ୩ ଦଫା ଦାବି ସମ୍ବଳିତ ଦାବିପତ୍ର ଖୁବ ଶୀଘ୍ର ଜିଲ୍ଲାପାଳଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପଠାଯିବା ନେଇ ସୂଚନା ମିଳିଛି ।

ସେହିପରି ନୟାଗଡ଼ର ସୂଚନା ଅଧିକାରୀ କର୍ମୀ ସୋମ୍ୟ ପ୍ରଧାନଙ୍କ ପରିବାରଙ୍କୁ ସୁରକ୍ଷା ଦେବା ପାଇଁ ସୂଚନା ଅଧିକାରୀ କର୍ମୀମାନେ ମଧ୍ୟ ଦାବି ରଖିଛନ୍ତି । ତେବେ କ୍ରାଇମବ୍ରାଞ୍ଚ ଓ ଏସଆଇଟି ତଦନ୍ତକୁ ବାତିଲ କରି ସିବିଆଇକୁ ତଦନ୍ତ ଦାୟିତ୍ଵ ଦେବାପାଇଁ ମଧ୍ୟ ଦାବି କରିଥିଲେ ବିକ୍ଷୋଭ ପ୍ରଦର୍ଶନକାରି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Dec 2, 2020, 5:04 PM IST

ABOUT THE AUTHOR

...view details