ଓଡିଶା

odisha

ETV Bharat / state

ଛାଡି ଯାଇଛି ବନ୍ୟା, ହେଲେ ମିଳୁନି ସହାୟତା - compensation to farmers

ଚଳିତ ବର୍ଷ ବନ୍ୟା ଯୋଗୁଁ ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ୧୧ ପଞ୍ଚାୟତର ୫୦ ପ୍ରତିଶତ ଧାନ ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିଲା । କିନ୍ତୁ ବନ୍ୟା ଛାଡିବାର ଦୁଇ ସପ୍ତାହ ବିତିଯାଇଥିଲେ ମଧ୍ୟ ଏଯାଏଁ କ୍ଷତିପୂରଣ ବାବଦରେ କୌଣସି ସହାୟତା ମିଳି ନାହିଁ । ତେଣୁ ଏହାର ସଠିକ ତଦନ୍ତ କରାଯାଇ ସେମାନଙ୍କୁ ତୁରନ୍ତ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବାକୁ ଦାବି ହୋଇଛି।

Demanded compensation to farmers
ବନ୍ୟା ଛାଡ଼ିବାର ଦୁଇ ସପ୍ତାହ ହେଲାଣି, ହେଲେ ଚାଷୀଙ୍କୁ ଏଯାଏଁ ମିଳିନି ସହାୟତା

By

Published : Sep 20, 2020, 7:24 AM IST

Updated : Sep 20, 2020, 7:36 AM IST

ଭଦ୍ରକ: ଚଳିତ ବର୍ଷ ବନ୍ୟା ଯୋଗୁଁ ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ୧୧ ପଞ୍ଚାୟତର ୫୦ ପ୍ରତିଶତ ଧାନ ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିଲା । ଏନେଇ ବ୍ଲକ କୃଷିବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କୁ କ୍ଷତିଗ୍ରସ୍ତ ରିପୋର୍ଟ ମଧ୍ୟ ପ୍ରଦାନ କରାଯାଇଥିଲା । କିନ୍ତୁ ବନ୍ୟା ଛାଡିବାର ଦୁଇ ସପ୍ତାହ ବିତିଯାଇଥିଲେ ମଧ୍ୟ ଏଯାଏଁ ଧାନ ବିଲରେ ପାଣି ଜମି ରହିଛି । ରୁଆ ଧାନ ସମ୍ପୂର୍ଣ୍ଣ ପଚି ନଷ୍ଟ ହୋଇଯାଇଛି । ପାଣି ନିଷ୍କାସନର ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ନଥିବାରୁ ଖାଲୁଆ ଜମିରେ ପାଣି ଜମି ରହି ଧାନ ଫସଲକୁ ସମ୍ପୂର୍ଣ୍ଣ ନଷ୍ଟ କରି ଦେଇଛି।

ବନ୍ୟା ଛାଡ଼ିବାର ଦୁଇ ସପ୍ତାହ ହେଲାଣି, ହେଲେ ଚାଷୀଙ୍କୁ ଏଯାଏଁ ମିଳିନି ସହାୟତା

୩୧ ପଞ୍ଚାୟତରେ ମୋଟ ୨୦ ହଜାର ୬ଶହ ୨୩ ହେକ୍ଟର ଜମିରେ ଧାନ ଚାଷ ହୋଇଥିବା ବେଳେ ବିଲଣା, ବାରୋ, ବୋଡକ, ବାରସର, ଗୋବିନ୍ଦପୁର, କାଁପଡା, ଶ୍ୟାମସୁନ୍ଦରପୁର, ସିନ୍ଦୋଳ, କୋହ୍ଲ, ଦୌଲତପୁର ଓ ହରସିଂପୁର ପଞ୍ଚାୟତର ୫ ହଜାର ୪୩୩ ହେକ୍ଟର ଜମିରେ ଧାନ ଚାଷ ନଷ୍ଟ ହୋଇଥିବା ବ୍ଲକ କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି। କୋରୋନା ସଙ୍କଟ ସହିତ ପ୍ରତିକୂଳ ପାଗ ଯୋଗୁଁ ଚାଷୀମାନେ ବହୁ କଷ୍ଟରେ ଧାନ ଚାଷ କରିଥିଲେ।

ସେହିପରି ବିଭିନ୍ନ ବ୍ୟାଙ୍କ, ସମବାୟ ସମିତି ତଥା ହାତଉଧାରି ଋଣ ଓ କରଜ କରି ଚାଷରେ ବିନିଯୋଗ କରିଥିଲେ। ତେଣୁ ଏହାର ସଠିକ ତଦନ୍ତ କରାଯାଇ ସେମାନଙ୍କୁ ତୁରନ୍ତ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବାକୁ ଦାବୁ ହୋଇଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Sep 20, 2020, 7:36 AM IST

ABOUT THE AUTHOR

...view details