ଓଡିଶା

odisha

ETV Bharat / state

ଭଦ୍ରକ ସ୍ବୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ଦାବି, ଜିଲ୍ଲାପାଳଙ୍କୁ ଦାବିପତ୍ର - ଭଦ୍ରକ ସ୍ବୟଂ ଶାସିତ ମହାବିଦ୍ୟାଳୟ

ପୁଣି ତେଜିଲା ଭଦ୍ରକ ସ୍ବୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ଵ ବିଦ୍ୟାଳୟର ମାନ୍ୟତା ଦାବି । ମହାମହିମ ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲା ବିଦ୍ୟାର୍ଥୀ ବିକାଶ ମଞ୍ଚ । ଅଧିକ ପଢ଼ନ୍ତୁ

ଭଦ୍ରକ ସ୍ବୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ଵ ବିଦ୍ୟାଳୟର ମାନ୍ୟତା ଦାବି
ଭଦ୍ରକ ସ୍ବୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ଵ ବିଦ୍ୟାଳୟର ମାନ୍ୟତା ଦାବି

By

Published : Apr 3, 2023, 8:01 PM IST

Updated : Apr 4, 2023, 7:19 AM IST

ଭଦ୍ରକ ସ୍ବୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ଵ ବିଦ୍ୟାଳୟର ମାନ୍ୟତା ଦାବି

ଭଦ୍ରକ: ଭଦ୍ରକ ସ୍ବୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ଵ ବିଦ୍ୟାଳୟର ମାନ୍ୟତା ପ୍ରଦାନ ଦାବି । ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲା ବିଦ୍ୟାର୍ଥୀ ବିକାଶ ମଞ୍ଚ । ବିଦ୍ୟାର୍ଥୀ ବିକାଶ ମଞ୍ଚର ସଭାପତି ଲକ୍ଷ୍ମୀଧର ବିଶ୍ଵାଳଙ୍କ ନେତୃତ୍ଵରେ ବହୁ କର୍ମକର୍ତ୍ତା ଏବଂ ମଞ୍ଚର ଉପଦେଷ୍ଟା ଆଜି ଜିଲ୍ଳାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦରଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିଛନ୍ତି । ଭଦ୍ରକ ସ୍ବୟଂ ଶାସିତ ମହା ବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟ ଘୋଷଣା କରିବା, ଭଦ୍ରକ ସ୍ବୟଂଶାସିତ ମହା ବିଦ୍ୟାଳୟରେ ଜଣେ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି କରାଯିବା, ଖାଲିଥିବା ଅଧ୍ୟାପକ ପଦ ଗୁଡିକ ପୂରଣ ସହିତ ଖାଲି ପଡ଼ିଥିବା ସମସ୍ତ କର୍ମଚାରୀ ପଦ ପୂରଣ ପାଇଁ ଦାବି କରାଯାଇଛି ।

ଏହାସହ କଲେଜ ପରିସରରେ ଏକ ଆଦର୍ଶ ଅଡିଟୋରିୟମ ନିର୍ମାଣ କରାଯିବା, କଲେଜରେ ଏକ ଭଲ ଇ-ଲାଇବ୍ରେରୀ ସ୍ଥାପନ କରାଯିବା, କଲେଜ ପରିସରରେ ଥିବା ପୁରୁଣା ଘର ଗୁଡ଼ିକୁ ମରାମତି କରାଯିବା, କ୍ଵାଟର୍ସ ଗୁଡ଼ିକର ମରାମତି ଏବଂ କଲେଜ ପରିସରର ଆଭ୍ୟନ୍ତରୀଣ ରାସ୍ତା ଗୁଡ଼ିକର ମରାମତି କରିବା ପାଇଁ ଦାବି କରାଯାଇଛି । ବିକାଶ ମଞ୍ଚର ସଭାପତି ଲକ୍ଷ୍ମୀଧର ବିଶ୍ଵାଳ କହିଛନ୍ତି, ‘‘ଭଦ୍ରକ ଭଦ୍ରକ ସ୍ବୟଂ ଶାସିତ ମହା ବିଦ୍ୟାଳୟକୁ ବିଶ୍ବ ବିଦ୍ୟାଳୟର ମାନ୍ୟତା ଦେବାକୁ ନେଇ ବାରମ୍ବାର ଦାବି କରାଯାଉଛି । ସରକାର ଏହାକୁ ବିଶ୍ବ ବିଦ୍ୟାଳୟର ମାନ୍ୟତା ପ୍ରଦାନ କଲେ ଛାତ୍ରଛାତ୍ରୀ ଆହୁରି ଉପକୃତ ହୋଇ ପାରିବେ ବୋଲି ଲକ୍ଷ୍ମୀଧର ବିଶ୍ଵାଳ କହିଛନ୍ତି ।’’

ଏହାମଧ୍ୟ ପଢନ୍ତୁ:NAC Poll: ଶେଷ ହେଲା ଅତାବିରା ଏନଏସି ନିର୍ବାଚନ, 74.33 ପ୍ରତିଶତ ମତଦାନ

ଜିଲ୍ଳାପାଳ ଦାବିପତ୍ର ଗ୍ରହଣ କରିବା ପରେ ମଞ୍ଚର ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରିଥିଲେ । ଏହି ଅବସରରେ ବିଶ୍ଵ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଜିଲ୍ଳାପାଳ ଭଦ୍ରକର ବୁଦ୍ଧିଜୀବୀମାନଙ୍କ ସହିତ ତଥ୍ୟ ଭିତ୍ତିକ ଆଲୋଚନା କରି ସରକାରଙ୍କୁ ସଠିକ ତଥ୍ୟ ପ୍ରଦାନ କରିବାକୁ ମଞ୍ଚ ପକ୍ଷରୁ ନିବେଦନ କରାଯାଇଥିଲା । ତେବେ ସବୁ ଦାବିକୁ ଖୁବଶୀଘ୍ର ପୂରଣ କରାଯିବ ବୋଲି ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର ପ୍ରତିଶୃତି ଦେଇଥିଲେ । ଉକ୍ତ ଦାବି ପତ୍ର ପ୍ରଦାନରେ ବିଦ୍ୟାର୍ଥୀ ବିକାଶ ମଞ୍ଚର ସଭାପତି ଲକ୍ଷ୍ମୀଧର ବିଶ୍ଵାଳଙ୍କ ସମେତ ରୋଟାରିଆନ ଅଭିଜିତ ନାୟକ, ସମାଜସେବୀ ଅନିଲ ଦେ, ଯୋଗ ଗୁରୁ ସୁରେନ୍ଦ୍ର ଦାସ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଜେନା, ମଞ୍ଚର କାର୍ଯ୍ୟାଳୟ ସମ୍ପାଦକ ବିଶ୍ଵନାଥ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭଦ୍ରକ

Last Updated : Apr 4, 2023, 7:19 AM IST

ABOUT THE AUTHOR

...view details