ଓଡିଶା

odisha

By

Published : Aug 4, 2022, 8:35 AM IST

ETV Bharat / state

ଭଦ୍ରକରେ ପ୍ରସ୍ତାବିତ ଏୟାର ଷ୍ଟ୍ରିପ ପାଇଁ ବିସ୍ଥାପିତଙ୍କୁ ଥଇଥାନ ଦାବିରେ ଧାରଣା

ଭଦ୍ରକର ଧାମରା ବନ୍ଦର ଅଞ୍ଚଳରେ ପ୍ରସ୍ତାବିତ ଏୟାର ଷ୍ଟ୍ରିପ ପାଇଁ ଅନେକ ପରିବାରକୁ ବିସ୍ଥାପିତ କରାଯାଇଥିଲା । ଦୀର୍ଘ ବର୍ଷ ପରେ ମଧ୍ୟ ସେମାନଙ୍କୁ ଥଇଥାନ କରା ନଯିବାରୁ ସେମାନେ ୫ ଦଫା ଦାବିନେଇ ଏୟାର ଷ୍ଟ୍ରିପ କାମ ବନ୍ଦ କରି ଧାରଣା ଦେଇଛନ୍ତି । ଅଧିକ ପଢ଼ନ୍ତୁ

ଭଦ୍ରକରେ ପ୍ରସ୍ତାବିତ ଏୟାର ଷ୍ଟ୍ରିପ ପାଇଁ ବିସ୍ଥାପିତଙ୍କୁ ଥଇଥାନ ଦାବିରେ ଧାରଣା
ଭଦ୍ରକରେ ପ୍ରସ୍ତାବିତ ଏୟାର ଷ୍ଟ୍ରିପ ପାଇଁ ବିସ୍ଥାପିତଙ୍କୁ ଥଇଥାନ ଦାବିରେ ଧାରଣା

ଭଦ୍ରକ: ଧାମରା ବନ୍ଦର ଅଞ୍ଚଳରେ ଏୟାର ଷ୍ଟ୍ରିପ ପାଇଁ ବିସ୍ଥାପିତ ହୋଇଥିବା ଅନେକ ପରିବାର ଥଇଥାନ ଦାବିରେ ପ୍ରସ୍ତାବିତ ଏୟାର ଷ୍ଟ୍ରିପ ଠାରେ ରାସ୍ତା ଅବରୋଧ କରି ଧାରଣା ଦେଇଛନ୍ତି । ପାଞ୍ଚ ଦଫା ଦାବିରେ ଆରମ୍ଭ ହୋଇଥିବା ଧାରଣା ଆଜି ତୃତୀୟ ଦିନରେ ପହଞ୍ଚିଛି । ତେବେ ଏନେଇ ପ୍ରଶାସନ କି ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ଭଦ୍ରକରେ ପ୍ରସ୍ତାବିତ ଏୟାର ଷ୍ଟ୍ରିପ ପାଇଁ ବିସ୍ଥାପିତଙ୍କୁ ଥଇଥାନ ଦାବିରେ ଧାରଣା

ସୂଚନା ଅନୁସାରେ, ଏହି ଅଞ୍ଚଳରେ ପ୍ରସ୍ତାବିତ ଏୟାର ଷ୍ଟ୍ରିପ ପାଇଁ ଅନେକ ପରିବାର ବିସ୍ଥାପିତ ହୋଇଛନ୍ତି । ତେବେ ଏହି ବିସ୍ଥାପିତଙ୍କୁ ଆଜି ପର୍ଯ୍ୟନ୍ତ ଥଇଥାନ କରାଯାଇନାହିଁ । ବିସ୍ଥାପିତ ମାନେ ଏୟାର ଷ୍ଟ୍ରିପ କାମ ବନ୍ଦ କରି ଧାରଣା ଦେଇଛନ୍ତି । ପ୍ରସ୍ତାବିତ ଅଞ୍ଚଳରେ ଦୀର୍ଘ ବର୍ଷ ହେବ ଜମି ହରାଇଥିବା ଲୋକମାନେ କ୍ଷତିପୂରଣ ଦାବି କରି ଆସୁଛନ୍ତି । ହେଲେ ଏନେଇ ପ୍ରଶାସନ କି ବନ୍ଦର କର୍ତ୍ତୃପକ୍ଷ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ତେବେ ଗଣ୍ଡଗୋଳ ଆଶଙ୍କା କରି ପୋଲିସ ଧାରଣା ସ୍ଥଳରେ ମୁତୟନ କରାଯାଇଛି । ସେପଟେ କ୍ଷତିପୂରଣ ନମିଳିବା ପର୍ଯ୍ୟନ୍ତ କାମ ବନ୍ଦ ସହିତ ଧାରଣା ଜାରି ରହିବ ବୋଲି ବିସ୍ଥାପିତଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details