ଓଡିଶା

odisha

ETV Bharat / state

ବିରୋଧି ଦଳ ଉପନେତା ବିଷ୍ଣୁ ସେଠୀଙ୍କ ଗିରଫ ଦାବି - AIDWA

ବିରୋଧି ଦଳ ଉପନେତା ବିଷ୍ଣୁ ସେଠୀଙ୍କୁ ଗିରଫ କରା ନଗଲେ ଆସନ୍ତା ୨୧ ତାରିଖରେ ଏସ୍‌ପିଙ୍କ ଅଫିସ ଆଗରେ ଧାରଣା ଦିଆଯିବ ବୋଲି ଭଦ୍ରକରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦିଆଯାଇଛି । ଅଧିକ ପଢନ୍ତୁ...

ବିରୋଧି ଦଳ ଉପନେତା ବିଷ୍ଣୁ ସେଠୀଙ୍କ ଗିରଫ ଦାବି
ବିରୋଧି ଦଳ ଉପନେତା ବିଷ୍ଣୁ ସେଠୀଙ୍କ ଗିରଫ ଦାବି

By

Published : Dec 15, 2020, 1:04 PM IST

ଭଦ୍ରକ: ବିରୋଧି ଦଳ ଉପନେତା ବିଷ୍ଣୁ ସେଠୀଙ୍କୁ ଗିରଫ କରାନଗଲେ ଆସନ୍ତା ୨୧ ତାରିଖ ଏସ୍‌ପିଙ୍କ ଅଫିସ ଆଗରେ ଧାରଣା ଦିଆଯିବ ବୋଲି ଭଦ୍ରକରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦିଆଯାଇଛି ।

ବିରୋଧି ଦଳ ଉପନେତା ବିଷ୍ଣୁ ସେଠୀଙ୍କ ଗିରଫ ଦାବି

ଖବର ଅନୁଯାୟୀ, ଗତ ଡିସେମ୍ବର 12 ଦିନ ସାରା ବିଶ୍ବରେ ମାନବିକ ଅଧିକର ଦିବସ ପାଳନ ଅବସରରେ ସମଗ୍ର ପୃଥିବୀରେ ଏହି ଦିବସ ପାଳନ ହେଉଥିବା ବେଳେ ଭଦ୍ରକ ସହର ଉପକଣ୍ଠରେ ଥିବା ଏକ ହୋଟେଲ ସଭା ଗୃହରେ ଆଲୋଚନା ଚକ୍ର ସଂଗଠନର ଉଦ୍ୟୋକ୍ତାମାନେ ଏହା ଆୟୋଜନ କରିଥିଲେ । ଉକ୍ତ ଆଲୋଚନା ଚକ୍ରରେ ଅତିଥି ଓ ସମ୍ମାନିତ ଅତିଥିଭାବେ, ପୂର୍ବତନ ଓଡ଼ିଶାର ଡିଜି ସଂଜୟ ମାରିକ‌, ତାପସୀ ପ୍ରହରାଜ ପ୍ରମୁଖ ଉପସ୍ଥିତ ଥିବାବେଳେ ଉକ୍ତ ସଭାରେ ଧାମନଗର ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଓଡ଼ିଶା ବିଧାନସଭାର ବିରୋଧୀ ଦଳର ଉପନେତା ବିଷ୍ଣୁସେଠୀ ମଧ୍ୟ ଉପସ୍ଥିତ ଥିଲେ ।

ସଭାର ଶେଷ ବକ୍ତା ଭାବେ ଶ୍ରୀଯୁକ୍ତ ସେଠୀଙ୍କୁ ବକ୍ତବ୍ୟ ଦେବା ପାଇଁ ଡକାଯିବାରୁ ସେ ତାଙ୍କ ବକ୍ତବ୍ୟରେ ‘ନାରୀ ସ୍ବାଧୀନତା ପାଇଁ ଦାବି କରିବା ଅର୍ଥାତ ନାରୀଙ୍କୁ ସ୍ବେଚ୍ଛାଚାରୀ ହେବା ପାଇଁ ଲାଇସେନ୍‌ସ ଯେଉଁମାନେ ଦାବୀ କରୁଛନ୍ତି ସେମାନେ ପାକିସ୍ଥାନ ଚାଲିଯାଆନ୍ତୁ, ପୁରୁଷମାନେ ସ୍ତ୍ରୀ ମାନଙ୍କର ପଦ ଲେହନ କରିବେ’ । ଏହିପରି ବକ୍ତବ୍ୟକୁ ସହ୍ୟ କରି ନ ପାରି ଶ୍ରୀମତୀ ପ୍ରହରାଜ ଉକ୍ତ ସଭାର ସଭାପତି ଡାଃ. ଟହଲି ଚରଣ ମହାନ୍ତିଙ୍କଠାରୁ ସଭାଗୃହ ପରିତ୍ୟାଗ କରିବାକୁ ଅନୁମତି ନେବା ସମୟରେ ବିଧାୟକ ବିଷ୍ଣୁ ସେଠୀ ମାଇକ୍ ଛାଡ଼ି ତାପସୀ ପ୍ରହରାଜଙ୍କୁ ନାନା କୁଭାଷାରେ ଗାଳି ହେବା ସହ ଅପମାନିତ କରି ଧମକ ଦେଇଥିଲେ । ଯାହା ସିସିଟିଭି ଫୁଟେଜରେ ରେକର୍ଡ ହୋଇ ରହିଛି ।

ଶ୍ରୀମତୀ ପ୍ରହରାଜ ଜଣେ ଆଗଧାଡ଼ିର ନାରୀନେତ୍ରୀ ଓ ମହିଳାମାନଙ୍କ ପାଇଁ ଲଢ଼େଇ କରୁଥିବା ବେଳେ ବିଧାୟକ ଶ୍ରୀ ସେଠୀ ଯେପରି ସମ୍ବିଧାନ ବିରୋଧି ମନ୍ତବ୍ୟ ଦେଇ ମହିଳାମାନଙ୍କୁ ଅପମାନିତ କରିଛନ୍ତି, ତାହାର ପ୍ରତିବାଦ କରି AIDWA ତରଫରୁ, ଏସପିଙ୍କ ଜରିଆରେ ଏଫଆଇଆର ଆଗତ କରାଯିବା ସହ ଭଦ୍ରକ ଗ୍ରାମାଞ୍ଚଳ ଥାନା କେସ ନଂ. ୬୮୫ ନମ୍ବର ୩୪୧/୨୯୪୧, ୫୦୬/୫୦୯ ଆଇପିସିରେ ମାମଲା ଶ୍ରୀ ସେଠୀଙ୍କ ନାମରେ ପଞ୍ଜିକୃତ ହୋଇ ଅଛି । ତେବେ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ପ୍ରଭାତୀ ଜେନା, ସମ୍ପାଦିକା ମମତା ଜେନା, ସୀତା ଦାଶ ପ୍ରମୁଖ ତୁରନ୍ତ ଶ୍ରୀ ସେଠୀଙ୍କୁ ଗିରଫ କରା ନଗଲେ ଆସନ୍ତା ୨୧ ତାରିଖ ଏସ୍‌ପିଙ୍କ ଅଫିସ ଆଗରେ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details