ଭଦ୍ରକ: ପୋଖରୀରୁ ଉଦ୍ଧାର ହୋଇଛି ଜଣେ ଯୁବତୀଙ୍କ ମୃତଦେହ । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାନ୍ଧିଆ ଫିସରି ବନ୍ଧ ନିକଟରେ ଥିବା ପୋଖରୀରେ ଯୁବତୀଙ୍କ ମୃତଦେହ ଠାବ କରାଯାଇଛି । ମୃତକଙ୍କ ପରିଚୟ ଅସ୍ପଷ୍ଟ ଥିବାବେଳେ ଘଟଣାସ୍ଥଳରେ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ସକାଳୁ ନିକଟସ୍ଥ ଗ୍ରାମବାସୀ ଫିସରି ବନ୍ଧକୁ ଶୌଚ ହେବା ପାଇଁ ଆସିଥିବାବେଳେ ପୋଖରୀରେ ଜଣେ ଯୁବତୀଙ୍କ ମୃତ ଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ପରେ ଘଟଣାସ୍ଥଳରେ ଲୋକମାନେ ରୁଣ୍ଡ ହୋଇଯାଇଥିଲେ ସୁଦ୍ଧା ମୃତ ଯୁବତୀଙ୍କୁ କେହି ଚିହ୍ନି ପାରିନଥିଲେ । ମୃତ ଯୁବତୀ ସବୁଜ ରଙ୍ଗର ଡ୍ରେସ ପିନ୍ଧିଥିବା ବେଳେ କାନରେ ସୁନା ଅଳଙ୍କାର ରହିଛି ।