ଓଡିଶା

odisha

ETV Bharat / state

ନଳାଙ୍ଗ କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର - Nalang Kenal

ଭଦ୍ରକ ନଳାଙ୍ଗ କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତକ ଜଣକ ହେଉଛନ୍ତି ବିରିପଡା ଗ୍ରାମର ଟୁନା ସ୍ୱାଇଁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

By

Published : May 6, 2019, 2:41 PM IST

ଭଦ୍ରକ: ନଳାଙ୍ଗ କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର। ସୋମବାର ସକାଳୁ କେନାଲରେ ଏକ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା। ଏଥିସହ ଏକ ବାଇକ ମଧ୍ଯ କେନାଲରୁ ଉଦ୍ଧାର ହୋଇଛି। ମୃତକ ସ୍ଥାନୀୟ ଅଞ୍ଚଳ ବିରିପଡା ଗ୍ରାମର ଟୁନା ସ୍ୱାଇଁ ବୋଲି ଜଣାପଡିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ସୂଚନା ଅନୁଯାୟୀ, ରବିବାର ଟୁନା ଏକ ବିବାହ ଭୋଜିରେ ଯୋଗ ଦେଇ ରାତିରେ ଘରକୁ ଫେରି ନଥିଲେ। ପରେ ତାଙ୍କ ମୃତଦେହ କେନାଲରୁ ଉଦ୍ଧାର ହୋଇଛି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ମୃତ ଦେହକୁ ଉଦ୍ଧାର କରି ଗ୍ରାମାଞ୍ଚଳ ପୁଲିସ ଶବ ବ୍ଯବଛେଦ ପାଇଁ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ତେବେ ଏହା ଏକ ଦୁର୍ଘଟଣା ଜନିତ ମୃତ୍ୟୁ କି ଅନ୍ୟ କାରଣ ରହିଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details