ଓଡିଶା

odisha

ETV Bharat / state

30 ହଜାର ଲାଞ୍ଚ ନେଇ ଫସିଲେ ଡାଟା ଏଣ୍ଟ୍ରି ଅପରେଟର - ଭଦ୍ରକ ଲାଟେଷ୍ଟ ନ୍ୟୁଜ୍‌

ଭିଜିଲାନ୍ସ ଜାଲରେ ଡାଟା ଏଣ୍ଟ୍ରି ଅପରେଟର । 30 ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଭଦ୍ରକ ଗ୍ରାମ୍ୟ ଉନ୍ନୟନ ବିଭାଗର ଡାଟା ଏଣ୍ଟ୍ରି ଅପରେଟର ପ୍ରିୟବ୍ରତ ପଣ୍ଡା ।

Data entry operator under vigilance trap, bhadrak latest news, ଭଦ୍ରକ ଲାଟେଷ୍ଟ ନ୍ୟୁଜ୍‌, ଭିଜିଲାନ୍ସ ଜାଲରେ ଡାଟା ଏଣ୍ଟ୍ରି ଅପରେଟର
30 ହଜାର ଲାଞ୍ଚ ନେଇ ଫସିଲେ ଡାଟା ଏଣ୍ଟ୍ରି ଅପରେଟର

By

Published : Jan 9, 2020, 7:11 PM IST

ଭଦ୍ରକ: ଭିଜିଲାନ୍ସ ଜାଲରେ ଡାଟା ଏଣ୍ଟ୍ରି ଅପରେଟର । 30 ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଭଦ୍ରକ ଗ୍ରାମ୍ୟ ଉନ୍ନୟନ ବିଭାଗର ଡାଟା ଏଣ୍ଟ୍ରି ଅପରେଟର ପ୍ରିୟବ୍ରତ ପଣ୍ଡା । ରୋଡକାମ ପାଇଁ ବିଲ ପାସ କରାଇବାକୁ ଜଣେ ଠିକାଦାରଙ୍କଠାରୁ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ସେ ।

30 ହଜାର ଲାଞ୍ଚ ନେଇ ଫସିଲେ ଡାଟା ଏଣ୍ଟ୍ରି ଅପରେଟର

ଭଦ୍ରକ ଜିଲ୍ଲା ସାଳନ୍ଦୀ ନଦୀ ବନ୍ଧ ନିକଟରୁ ତୁମ୍ବାପଦି ପର୍ଯ୍ୟନ୍ତ ସିସି ରୋଡ଼ କାମ ଓ ଦଇସଂରୁ କୁଡିଆମାଳ ସିସି ରୋଡ଼ କାମ ପାଇଁ, ମୋଟ 8 ଲକ୍ଷ 20 ହଜାର ଟଙ୍କା ବିଲକୁ ଅନଲାଇନ କରିବାକୁ ପ୍ରିୟବ୍ରତ ପଣ୍ଡା ଠିକାଦାରଙ୍କ ଠାରୁ 30ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଏନେଇ ଗୁରୁବାର ଠିକାଦାର ଦିଗମ୍ବର ଦାସଙ୍କ ଠାରୁ 30,000 ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାବୁଡରେ ପଡିଛନ୍ତି ସେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details