ଭଦ୍ରକ: ଫନି ଗର୍ଜନରେ ଅସ୍ତବ୍ୟସ୍ତ ଭଦ୍ରକ । ଅପରାହ୍ନ 4ଟା ପରଠାରୁ ଜିଲ୍ଲାରେ 120 ରୁ 130 କିଲୋମିଟର ବେଗରେ ପବନ ସହ ପ୍ରବଳ ବର୍ଷା ଲାଗି ରହିଛି । ରାତି 11ଟା ପରେ ପବନର ବେଗ କମିବା ନେଇ ଅନୁମାନ କରାଯାଉଛି । ହେଲେ ଶନିବାର ପର୍ଯ୍ୟନ୍ତ ବର୍ଷା ଲାଗି ରହିବା ନେଇ ସୂଚନା ମିଳିଛି । ଏ ନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ସୂଚନା ଦେଇଛନ୍ତି । ତେବେ ଜିଲ୍ଲାରେ ଫନି ମୁକାବିଲା କିପରି କରାଯାଉଛି ସେ ନେଇ ଆମେ ପ୍ରତିନିଧି ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ।
ଫନି ଗର୍ଜନରେ ନାକେଦମ୍ ଭଦ୍ରକ - cyclone
ଫନି ଗର୍ଜନରେ ଅସ୍ତବ୍ୟସ୍ତ ଭଦ୍ରକ । ଉପକୂଳରେ ମାଡ ହେବା ପରେ ଅପରାହ୍ନରେ ଉତ୍ତର ଓଡିଶା ଆଡକୁ ମୁହାଁଇଛି ଫନି । ଭଦ୍ରକରେ 120 ରୁ 130 କିଲୋମିଟର ବେଗରେ ପବନ ସହ ପ୍ରବଳ ବର୍ଷା ଲାଗି ରହିଛି । ରାତି 11ଟା ପରେ ପବନର ବେଗ କମିଲେ ମଧ୍ୟ ଶନିବାର ଯାଏଁ ବର୍ଷା ଲାଗି ରହିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।
ଫାଇଲ ଫଟୋ
ଫନିର ତୀବ୍ର ତାଣ୍ଡବରେ ଭୟଭୀତ ଭଦ୍ରକ । ଲୋକେ କବାଟ କିଳି ଘରେ ରହିଛନ୍ତି । ତୁହାକୁ ତୁହା ପବନର ଚିତ୍କାର ସାଙ୍ଗକୁ ପ୍ରବଳ ବର୍ଷା । ସ୍ଥିତିକୁ ଦୃଷ୍ଟିରେ ରଖି ଶୁକ୍ରବାର ପର୍ଯ୍ୟନ୍ତ ସେଲଟର ଗୃହ ଥିବା 60 ହଜାରରୁ ଉର୍ଦ୍ଧ୍ଵ ଲୋକଙ୍କୁ ରଖାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସମସ୍ତଙ୍କୁ ରନ୍ଧା ଏବଂ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଥିବା ଜିଲ୍ଲାପାଳ କହିଛନ୍ତି ।
ଭଦ୍ରକରୁ ଦେବାଶିଷ ମହାପାତ୍ର , ଇଟିଭି ଭାରତ