ଓଡିଶା

odisha

ETV Bharat / state

ଆସୁଛି 'ଅମ୍ଫାନ': ଡାକବାଜି ଯନ୍ତ୍ରରେ ଧାମରା ଓ ଚାନ୍ଦବାଲିରେ ସତର୍କ କରୁଛି ଏନଡିଆରଏଫ - cyclone amphan awarneess

ମହାବାତ୍ୟା ରୂପ ନେଇ ମାଡି ଆସୁଛି ସାମୁଦ୍ରିକ ଝଡ 'ଅମ୍ଫାନ' । ଆଞ୍ଚଳିକ ପାଣିପାଗ ବିଭାଗର ସୂଚନାନୁସାରେ ପ୍ରଭାବିତ ଜିଲ୍ଲା ମଧ୍ୟରେ ରହିଛି ଭଦ୍ରକ ଜିଲ୍ଲା । ତେବେ ଝାଟିମାଟି ଓ କଚ୍ଚା ଘରେ ରହୁଥିବା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳ ଓ ନିରାପଦ ସ୍ଥାନକୁ ଯିବା ପାଇଁ ଅନୁରୋଧ କରୁଛି ଏନଡିଆର୍‌ଏଫ୍‌ ।

ଧାମରା ଓ ଚାନ୍ଦବାଲିରେ 'ଅମ୍ଫାନ'କୁ ନେଇ ସତର୍କତା ପ୍ରଚାର
ଧାମରା ଓ ଚାନ୍ଦବାଲିରେ 'ଅମ୍ଫାନ'କୁ ନେଇ ସତର୍କତା ପ୍ରଚାର

By

Published : May 19, 2020, 10:06 AM IST

Updated : May 19, 2020, 11:12 AM IST

ଭଦ୍ରକ: ଆସୁଛି ସାମୁଦ୍ରିକ ଝଡ 'ଅମ୍ଫାନ' । ଏନେଇ ସମ୍ପୂର୍ଣ୍ଣଭାବେ ପ୍ରସ୍ତୁତ ଏନଡିଆର୍‌ଏଫ୍ ଟିମ। ଡାକବାଜି ଯନ୍ତ୍ର ମାଧ୍ୟମରେ ବାତ୍ୟା ନେଇ ସତର୍କତା ପ୍ରଚାର ଚାଲିଛି ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମରା ଓ ଚାନ୍ଦବାଲି ଅଞ୍ଚଳରେ । ଝାଟିମାଟି ଓ କଚ୍ଚା ଘରେ ରହୁଥିବା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳ ଓ ନିରାପଦ ସ୍ଥାନକୁ ଯିବା ପାଇଁ ଅନୁରୋଧ କରୁଛି ଏନଡିଆର୍‌ଏଫ୍‌ । ଏପଟେ ମହାମାରୀ କୋରୋନା ଯୋଗୁଁ ସାମାଜିକ ଦୂରତା ଅବଲମ୍ବନ କରିବା ପାଇଁ ମଧ୍ୟ ନିବେଦନ କରୁଛି ଏନଡିଆରଏଫ ।

ଆସୁଛି 'ଅମ୍ଫାନ': ଡାକବାଜି ଯନ୍ତ୍ରରେ ଧାମରା ଓ ଚାନ୍ଦବାଲିରେ ସତର୍କ କରୁଛି ଏନଡିଆରଏଫ

ସମ୍ଭାବ୍ୟ ବାତ୍ୟା ପାଇଁ ଗର୍ଭବତୀଙ୍କୁ ସୁରକ୍ଷିତ ଭାବେ 102 ଓ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ଜିଲ୍ଲାର ସମସ୍ତ ସ୍ଥାନରେ ହୋର୍ଡିଙ୍ଗ ଖୋଲାଯାଇଛି । ଅଧିକ ପବନ ବହିବା ସମ୍ଭାବନା ଥିବାରୁ ଚାନ୍ଦବାଲି ବ୍ଲକ ଓ ବିଶେଷତଃ ଧାମରାର କେତେକ ଅଞ୍ଚଳ ଓ ବାସୁଦେବପୁର ଅଞ୍ଚଳକୁ ହାଇଆଲର୍ଟ ଘୋଷଣା କରିଛି ଜିଲ୍ଲାପ୍ରଶାସନ । ବାତ୍ୟାର ପ୍ରଭାବ ଯୋଗୁ ଭଦ୍ରକରେ ଆକାଶ ମେଘାଚ୍ଛନ୍ନ ରହିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : May 19, 2020, 11:12 AM IST

ABOUT THE AUTHOR

...view details