ଓଡିଶା

odisha

ETV Bharat / state

ସାଇବର ଠକେଇ ଅଭିଯୋଗରେ ଜଣେ ଗିରଫ, ଅନ୍ୟ ଜଣେ ଫେରାର - Cyber crime in bhadrak, one arrest

ଆଧାରକାର୍ଡ ସଂଶୋଧନ କରିବା ଆଳରେ କରୁଥିଲା ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଋଣ । ଆଉ ଏହି ଘଟଣାର ପର୍ଦ୍ଦାଫାଶ କରିବା ପରେ ଉଠାଇନେଲା ପୋଲିସ। ଅଧିକ ପଢନ୍ତୁ...

cyber crime
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

By

Published : Dec 11, 2019, 4:35 PM IST

ଭଦ୍ରକ: ଆଧାର କାର୍ଡ ସଂଶୋଧନ କରିବା ଆଳରେ ନିରୀହ ଲୋକଙ୍କ ଟିପ ଚିହ୍ନ ନେଇ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ଲକ୍ଷ ଲକ୍ଷ ଟଙ୍କାର ଋଣ ଉଠାଯାଇଥିବା ବାସୁଦେବପୁର ଥାନାରେ ଅଭିଯୋଗ ହୋଇଛି । ଏଭଳି ସାଇବର ଠକେଇ ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଥିବା ବେଳେ, ଅନ୍ୟଜଣେ ଫେରାର ଅଛି । ଠକେଇ ଅଭିଯୋଗରେ ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ବାସୁଦେବପୁର ଗୁଆଗଡ଼ିଆ ଗାଁର ସୌମ୍ୟରଞ୍ଜନ ଦାସ ।


ଗିରଫ ଅଭିଯୁକ୍ତ ପୂର୍ବରୁ ଆଧାର କାର୍ଡ ସଂଶୋଧନ କରୁଥିଲା । ସେତେବେଳେ ସେହି ଗାଁର ଆର୍ଯ୍ୟ ପ୍ରକାଶ ସାହୁ ନାମକ ଜଣେ ଯୁବକ ନିଜ ଆଧାରକାର୍ଡ ସଂଶୋଧନ କରିବା ପାଇଁ ଯାଇଥିଲେ । ସେତେବେଳେ ସେ ଦେଇଥିବା ଟିପ ଚିହ୍ନ ଓ ଦସ୍ତଖତକୁ ନେଇ ଆଇସିଆଇସିଆଇ ଓ କୋଟାକ ମହୀନ୍ଦ୍ରା ବ୍ୟାଙ୍କରେ ଲକ୍ଷାଧିକ ଟଙ୍କା ଋଣ ଉଠାଯାଇଥିଲା । ଏନେଇ ଆର୍ଯ୍ୟ ପ୍ରକାଶ ଥାନାରେ ଅଭିଯୋଗ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଏହି ଅଭିଯୋଗକୁ ଭିତ୍ତି କରି ସୌମ୍ୟରଞ୍ଜନ ଦାସକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ନିକଟରୁ ଲାପଟପ, ପ୍ରିଣ୍ଟର, ଏଟିଏମ କାର୍ଡ, ସ୍ବାଇପ ମେସିନ, ବିଭିନ୍ନ ଲୋକଙ୍କ ଆଧାରକାର୍ଡ, ବ୍ୟାଙ୍କ ପାସବୁକ ଆଦି ଜବତ ହୋଇଛି । ଏ ଘଟଣାରେ ଜଡିତ ଥିବା ଅନ୍ୟ ଜଣେ ଅଭିଯୁକ୍ତକୁ ଖୋଜୁଛି ପୋଲିସ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details