ଭଦ୍ରକ:ବାତ୍ୟା ଜୱାଦ(Cyclone Jawad) ପ୍ରଭାବରେ ୨ ଦିନ ଧରି ଜାରି ରହିଥିବା ବର୍ଷା ଏବେ କମିଛି । ହେଲେ ଚାଷୀଙ୍କ ଦୁଃଖକୁ ବଢ଼ାଇ ଦେଇଛି । ବର୍ଷା ହେବା ଫଳରେ ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକରେ ଚାଷୀମାନେ ହଇରାଣର ସମ୍ମୁଖୀନ ହୋଇଛନ୍ତି । କଟା ହୋଇଥିବା ଧାନ ଗୁଡିକ ପାଣିରେ ଭାସୁଥିବାବେଳେ ଧାନଗଛ ଜମିରେ ଶୋଇ ପଡିଥିବା ଦେଖି ମୁଣ୍ଡରେ ହାତ ଦେଇଛି ଚାଷୀ ।
ଭଦ୍ରକ, ଧାମନଗର, ଭଣ୍ଡାରିପୋଖରୀ, ତିହିଡ଼ି, ବାସୁଦେବପୁର, ଚାନ୍ଦବାଲି ଓ ବନ୍ତ ବ୍ଲକର ହେକ୍ଟର ହେକ୍ଟର ଚାଷ ଜମି ପାଣିରେ ବୁଡି଼ ରହିଛି । ଉକ୍ତ ବ୍ଲକର 30 ପ୍ରତିଶତ ଧାନ ସୁରକ୍ଷିତ ଭାବେ ଚାଷୀ ମାନେ ଅମଳ କରିସାରିଛନ୍ତି । କଟା ହୋଇଥିବା ଧାନ ଗୁଡିକ ପାଣିରେ ଭାସୁଥିବାବେଳେ କଟା ହୋଇ ନଥିବା ଧାନ ଗଛ ଗୁଡିକ ଜମିରେ ଲୋଟି ପଡି଼ବା ଯୋଗୁଁ ପାଣିରେ ଧାନ ଗୁଡି଼କ ବୁଡି଼ ରହିଛି । ଚାଷ ଜମିର ଏଭଳି ସ୍ଥିତିରେ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ସେମାନଙ୍କର ସୁନାର ଫସଲ ଏବେ ନଷ୍ଟ ହେବାକୁ ବସିଛି । କିଏ କେଉଁଭଳି ଧାର କରଜ କରି ଚାଷ କରିଥିଲେ । କିନ୍ତୁ ଅଦିନିଆ ବର୍ଷା ସେମାନଙ୍କୁ ଧରାଶାୟୀ କରିଦେଇଛି ।