ଓଡିଶା

odisha

By

Published : Oct 10, 2019, 9:24 PM IST

ETV Bharat / state

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ତେଜୁଛି ପ୍ରତିବାଦ, ବିଜେପି ପରେ ସିପିଆଇର ବିକ୍ଷୋଭ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଚୟନକୁ ନେଇ ଏବେ ରାଜ୍ୟ ସରକାରଙ୍କୁ ଘେରିଛି ସିପିଆଇ । ଏନେଇ ଗୁରୁବାର ସିପିଆଇ ପକ୍ଷରୁ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ସମ୍ମୁଖରେ ବିକ୍ଷୋଭ କରାଯାଇଛି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ସିପିଆଇର ପ୍ରତିବାଦ

ଭଦ୍ରକ: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଚୟନକୁ ନେଇ ରାଜ୍ୟ ବିଜେପି ପରେ ଏବେ ସିପିଆଇ ମଧ୍ୟ ଘେରିଛି ରାଜ୍ୟ ସରକାରଙ୍କୁ । ଭଦ୍ରକରେ ହିତାଧିକାରୀ ଚୟନରେ ହୋଇଥିବା ଅନିୟମିତତାର ପ୍ରତିବାଦ କରିଛି ସିପିଆଇ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ସିପିଆଇର ପ୍ରତିବାଦ

ସୂଚନାନୁୟାୟୀ, ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନା ହିତାଧିକାରୀ ଚୟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ସିପିଆଇ ପକ୍ଷରୁ ବନ୍ତ ବ୍ଲକ ସମ୍ମୁଖରେ ବିକ୍ଷୋଭ କରାଯାଇଛି ।

ଦଳ ପକ୍ଷରୁ ବନ୍ତ ବଜାର ପରିକ୍ରମା କରିବା ପରେ ବ୍ଲକ ସମ୍ମୁଖରେ ପହଞ୍ଚି ଧାରଣା ଦିଆଯାଇଥିଲା । ଆଗାମୀ ଦିନରେ ଏନେଇ ପ୍ରଶାସନ ପକ୍ଷରୁ ବିହୀତ ପଦକ୍ଷେପ ଗ୍ରହଣ କରା ନଗଲେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details