ଓଡିଶା

odisha

ETV Bharat / state

ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ବନ୍ଦ ଦାବିରେ ପ୍ରତିବାଦ - Stop privatization of state-owned enterprises

ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ଘରୋଇ କରଣ ବନ୍ଦ କରିବା ଆଦି ବିଭିନ୍ନ ଦାବିରେ ତିହିଡି ବ୍ଲକ ପୀରହାଟରେ ସିପିଆଇ ପକ୍ଷରୁ ପ୍ରତିବାଦ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ଘରୋଇ କରଣ ବନ୍ଦ କରିବା ଦାବିରେ ସିପିଆଇର ପ୍ରତିବାଦ
ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ଘରୋଇ କରଣ ବନ୍ଦ କରିବା ଦାବିରେ ସିପିଆଇର ପ୍ରତିବାଦ

By

Published : Sep 18, 2020, 5:04 PM IST

ଭଦ୍ରକ: ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ଘରୋଇକରଣ ବନ୍ଦ କରିବା ଆଦି ବିଭିନ୍ନ ଦାବିରେ ତିହିଡି ବ୍ଲକ ପୀରହାଟରେ ସିପିଆଇ ପକ୍ଷରୁ ପ୍ରତିବାଦ । ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥ ପାର୍ଶ୍ବରେ ଦଳୀୟ ସାଥିମାନଙ୍କ ଦ୍ଵାରା କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ । କେନ୍ଦ୍ର ସରକାର ଶ୍ରମିକ ମାନଙ୍କ ନ୍ୟାର୍ଯ୍ୟ ଅଧିକାରକୁ ଛଡେଇ ନେଇଥିବା ଅଭିଯୋଗ କରିଛି ଦଳ ।

ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ଘରୋଇ କରଣ ବନ୍ଦ କରିବା ଦାବିରେ ସିପିଆଇର ପ୍ରତିବାଦ

ଏଥିସହ ବୈଦେଶିକ ରାଷ୍ଟ୍ରର ନୀତି ଅନୁସରଣ କରି ଭାରତ ବର୍ଷକୁ ତଳି ତଳାନ୍ତ କରାଯାଇଛି ବୋଲି କହିଛନ୍ତି ଆନ୍ଦୋଳନକାରୀ । ନୂତନ ଶିକ୍ଷା ନୀତିକୁ ବାତିଲ କରିବା, ପ୍ରବାସୀମାନଙ୍କୁ କାମଧନ୍ଦା ନଚେତ ଭତ୍ତା ପ୍ରଦାନ କରିବା, ବେକାରୀ ସମସ୍ୟାକୁ ସମାଧାନ କରିବା, ବନ୍ୟା କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସହାୟତା ଯୋଗାଇ ଦେବା ଏବଂ ୠଣ ଛାଡ କରିବା ସହ ପୂର୍ବ ବୈଦେଶିକ ନୀତି ଅନୁସରଣ କରିବା ଆଦି ଦାବି କରି ଏହି ପ୍ରତିବାଦ କରାଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details